ବେଆଇନ ଲଘୁ ଖଣିଜ ସମ୍ପଦ ଉଠାଣ ଉପରେ କଡା ପଦକ୍ଷେପ

0

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ୯୮ ଲଘୁ ଖଣିଜ ଉପରୁ ମାତ୍ର ୩୮ ଲଘୁ ଖଣିଜ ଉତ୍ସ କାର୍ଯ୍ୟକ୍ଷମ ହୋଇଛି ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବଶିଷ୍ଟ ଲଘୁ ଖଣିଜ ଉତ୍ସ କୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ, ସମସ୍ତ ଲଘୁ ଖଣିଜ ଉତ୍ସକୁ କାର୍ଯ୍ୟକ୍ଷମ କିମ୍ବା ଲଘୁ ଖଣିଜ ଉପରୁ ସମସ୍ତ ଲଘୁ ଖଣିଜ ସମ୍ପଦ ସମାପ୍ତ ହୋଇଥିଲେ ତାକୁ ଆଇନ ଅନୁଯାୟୀ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତରଭା, ବୀରମହାରଜପୁର ଓ ସୋନପୁର ତହସିଲଦାରଙ୍କୁ ସେମାନଙ୍କ ତହସିଲର ଅଧିକ ଲଘୁ ଖଣିଜ ଉତ୍ସ କୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ।

ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ଏବଂ ବେଆଇନ ଲଘୁ ଖଣିଜ ସମ୍ପଦ ଉଠାଣ ଉପରେ କଡା ପଦକ୍ଷେପ ନେବାକୁ ସମସ୍ତ କ୍ଷେତ୍ରାଧୀକାରୀଙ୍କୁ ନିର୍ଦେଶ ଦିଆଗଲ । ସମସ୍ତ କ୍ଷେତ୍ରାଧିକାରୀଙ୍କୁ ଲଘୁ ଖଣିଜ ସଂପଦରୁ ରାଜସ୍ବ ଆଦାୟ ଉପରେ ଗୁରୁତ୍ୱାରୋପ କରିବାକୁ ନିର୍ଦେଶ ଦିଆଗଲା । ଜିଲ୍ଲାପାଳ ଓ ଅତିରିକୁ ଜିଲ୍ଲାପାଳଙ୍କୁ ତହସିଲଦାର ମାନଙ୍କୁ ଲଘୁ ଖଣିଜ ଚୋରା ଚାଲାଣ ସମୟରେ ଚଢ଼ାଉ ବେଳେ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦିଆଗଲା । ତହସିଲଦାରମାନଙ୍କୁ ପୋଲିସ ସହ ଭଲ ସମନ୍ଵୟ ରକ୍ଷା କରି ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ କୌଣସି ସରକାରୀ ପ୍ରକଳ୍ପ ଯଥା ରେଳବାଇ, ଜାତୀୟ ରାଜପଥ ଓ ଜଳସେଚନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ବିଳମ୍ବ ନ କରିବାକୁ ସମସ୍ତ ଜମି ଅଧିଗ୍ରହଣ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ |

ଜିଲ୍ଲା ମଧ୍ୟରେ କାର୍ଯ୍ୟକ୍ଷମ ବରଗଡ ରୁ ବରପାଲ୍ଲୀ ଓ ବରପାଲ୍ଲୀ ରୁ ବଲାଙ୍ଗୀର ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ତ୍ବରିତ ଜମି ଅଧିଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବେ-ବନ୍ଦୋବସ୍ତ କେଶର ତୁରନ୍ତ ଫଇସଲା କରି ରେଳ ବିଭାଗକୁ ଦାଖଲ ଖାରଜ ମାମଲାରେ ପଟ୍ଟା ସଂଶୋଧନ କରି ରେଳପଥ କର୍ତ୍ତୃପକ୍ଷଙ୍କୁ ଜମି ହସ୍ତାନ୍ତରଣ ଉପରେ ଗୁରୁତ୍ଵାରୋପ କରାଯାଇଥିଲା|ସମସ୍ତ ୫ଟି ଉଚ୍ଚ ବିଦ୍ୟାଳୟକୁ ଏପ୍ରିଲ ୩୦ ସୁଦ୍ଧା ସଂଶୋଧୃତ ଜମି ପଟ୍ଟା ଦେବାକୁ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏତଦ ବ୍ୟତୀତ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ଏପ୍ରିଲ ୩୦ ସୁଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ବତନ୍ତ୍ର ତତ୍ତ୍ୱାବଧାନରେ ଜମି ପଟ୍ଟା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପଯୁକ୍ତ ହିତାଧିକାରୀଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ମାଧ୍ୟମରେ ଅଗ୍ରାଧିକାର ଭିତିରେ ଜମି ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ନୂତନ ରାଜସ୍ବ ନିରୀକ୍ଷକ ମାନଙ୍କ ପାଇଁ ବାସଭବନ ତଥା କାର୍ଯ୍ୟଳୟ ନିର୍ମାଣ ଦିଗରେ ଏପ୍ରିଲ ୧୫ ସୁଦ୍ଧା ଜାଗା ଚିହ୍ନଟ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ମୂଲ୍ୟବାନ ସରକାରୀ ଜମିକୁ ସୁରକ୍ଷା ଓ ସଂରକ୍ଷଣ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହିପରି ନିୟମିତ ସମୀକ୍ଷା ବୈଠକ କରାଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରି ବିଭିନ୍ନ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶଦେଲେ । ଏଠାରେ ସୂଚନାଯୋଗ୍ୟ, ଏହିପରି ରାଜସ୍ବ ସମୀକ୍ଷା ବୈଠକ ନିୟମିତ ବ୍ୟବଧାନରେ ପ୍ରତ୍ୟେକ ଜିଲ୍ଲା ସହ ଅନୁଷ୍ଠିତ ହେବ ।