୨୯ ତାରିଖରେ ନବୀନ ନିବାସ ଘେରାଉ କରିବ ଛାତ୍ର କଂଗ୍ରେସ

0

ଭୁବନେଶ୍ୱର :ଗୋପ ଜିଲ୍ଳା ପରିଷାଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କ ସଂପୃକ୍ତି ପ୍ରସଂଗ। ୨୯ ତାରିଖରେ ନବୀନ ନିବାସ ଘେରାଉ କରିବ ଛାତ୍ର କଂଗ୍ରେସ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ସହ ତାଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ଦାବୀରେ ଘେରାଉ ହେବ ନବୀନ ନିବାସ। ସାମ୍ବାଦିକ ସମ୍ମିଳନୀ କରି ସୁଚନା ଦେବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ଛାତ୍ର କଂଗ୍ରେସ। ଏହା ଆତ୍ମହତ୍ୟା ନୁହେଁ ଏହା ପଛରେ ଷଡ଼ଯନ୍ତ୍ର ଥିବା ବାରମ୍ବାର ଅଭିଯୋଗ ପରେ ବି ତଦନ୍ତ ଠିକ୍ ଭାବେ ହେଉନି। ମୁଖ୍ୟମନ୍ତ୍ରୀ, 5ଟି ସଚିବ ଏବଂ ଡ଼ିଜିପି ଜାଣି ଶୁଣି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି। କାର୍ଯ୍ୟାନୁଷ୍ଠାନ ବଦଳରେ ସମୀରଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ସେଥିପାଇଁ ରାଜରାସ୍ତାକୁ ଓହ୍ଲାଇବ ଛାତ୍ର କଂଗ୍ରେସ। ନବୀନ ନିବାସ ଘେରାଉ କରିବ। ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ ସହ ମାନ୍ୟବର ହାଇକୋର୍ଟଙ୍କ ତତ୍ତ୍ଵବଧାନରେ ଏସଆଇଟି ତଦନ୍ତ ପାଇଁ ଦାବୀ କଲା ଛାତ୍ର କଂଗ୍ରେସ।