ପାଣିରେ ବୁଡି ଛାତ୍ର ମୃତ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବାଲେଶ୍ୱର, ଫକୀରମୋହନ ନଗରରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଉକ୍ତ ଯୁବକ +୩ର ଛାତ୍ର ଥିଲେ । ମୃତକଙ୍କ ପରିବାର ପକ୍ଷରୁ ଏହା ଏକ ସୁଚିନ୍ତିତ ହତ୍ୟା ଅଭିଯୋଗ ହୋଇଥିବା ବେଳେ ପ୍ରାଥମିକ ତଦନ୍ତରୁ ଏହା ପାଣିରେ ବୁଡି ମୃତ୍ୟୁ ବୋଲି ପୁଲିସ କହିଚି ।
ସୂଚନା ଅନୁଯାୟୀ, ଆଜି ସକାଳେ ଫକୀରମୋହନ ନଗରର ଏକ ପୋଖରୀରେ ଛାତ୍ରଙ୍କ ମୃତଦେହ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ । ପୁଲସ ଖବରପାଇ ସେଠାରେ ପହଞ୍ôଚ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିଲା । ପ୍ରାଥମିକ ତଦନ୍ତରୁ ଏହା ପାଣି ବୁଡି ମୃତ୍ୟୁ କୁହାଯାଉଥିବା ବେଳେ ମୃତକର ପରିବାର ଏହାକୁ ହତ୍ୟା ଅଭିଯୋଗ କରୁଛନ୍ତି ।