ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷିଣ ଶିବିର ଉଦଯାପିତ

0

(ଅଜିତ କୁମାର ସାହୁ/ଜଳେଶ୍ୱର ): ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ରୂପସା ନୀଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷିଣ ଶିବିର ଉଦଯାପିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ସରୋଜ କୁମାର ପାଣି ଏହି ଉତ୍ସବ ରେ ଅଧ୍ୟକ୍ଷତା କରି ତାଲିମ ମାଧ୍ୟମରେ ଛାତ୍ରୀ ମାନେ କିଭଳି ନିଜ ସୁରକ୍ଷା ନିଜେ କରିପାରିବେ ସେ ସମ୍ପର୍କ ରେ ଆଲୋକପାତ କରିଥିଲେ ।

ଓଡିଶା ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିର ରେ ପ୍ରାଧ୍ୟାପିକା ନୀଳିମା ପାତ୍ର, ଡ଼. ତପନ କୁମାର ଦାସ କାର୍ଯ୍ୟକ୍ରମ ସଂଯୋଜିକା ପିନାକ୍ଷୀ ପଣ୍ଡା ଓ ଡ଼. ଆରୁଣୀ ମିଶ୍ର ଯୋଗ ଦେଇ ନିଜକୁ ସୁରକ୍ଷିତ ରଖିବା ପାଇଁ ଆତ୍ମ ରକ୍ଷା କୌଶଳ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ ।  ଏହି ଆଠ ଦିନିଆ ତାଲିମ ଶିବିର ରେ ମାଷ୍ଟର ଟ୍ରେନର ବନିତା ସାହୁ ଓ ଜାନକୀ ଦାସ ଯୋଗ ଦେଇ ଆତ୍ମରକ୍ଷା କୌଶଳ ର ବିଭିନ୍ନ ଦିଗ ଓ କୌଶଳ ସମ୍ପର୍କ ରେ ତାଲିମ ଦେଇଥିଲେ । ଏହି ଶିବିର ରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ର ୧୪୭ ଛାତ୍ରୀ ୫ ଟି ଗ୍ରୁପ ରେ ତାଲିମ ନେଇଥିଲେ । ଶେଷରେ ଅଧ୍ୟାପିକା ପିନାକ୍ଷୀ ପଣ୍ଡା ଧନ୍ୟବାଦ ଦେଇଥିଲେ