ଆଜାଦି କା ଅମୃତ ମହୋତ୍ସବ ପାଳନ କଲେ ପାରାଦୀପ କଲେଜର ଛାତ୍ରଛାତ୍ରୀମାନେ

0

ପାରାଦୀପ : ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ପାରାଦୀପ କଲେଜର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ତ୍ରିରଙ୍ଗା ଶୋଭାଯାତ୍ରା କରିଛନ୍ତି । ଭାରତ ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ସେହି ଦିନକୁ ସ୍ମରଣୀୟ କରିବା ପାଇଁ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି । ସ୍ୱାଧୀନତା ରେ ବଳିଦାନ ଦେଇଥିବା ବୀର ପୁରୁଷ ମାନଙ୍କ ସ୍ମୃତି କୁ ଉଜ୍ଜୀବିତ ରଖିବା ଏବଂ ଆଗାମୀ ପିଢ଼ି ଦେଶ ସ୍ୱାଧୀନତା ବିଷୟ ରେ କିପରି ଅବଗତ ହୋଇପାରିବେ ଏହାକୁ ନେଇ ଦେଶବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି ।

ଏହି ଆଜାଦି କା ଅମୃତ ଭାରତ ମହୋତ୍ସବ ରେ ସାମିଲ ହୋଇଛନ୍ତି ପାରାଦୀପ କଲେଜ ର ନାଭାଲ ଉଇଙ୍ଗ ଓ ଏନସିସି କ୍ୟାଡେଟ ର ଛାତ୍ରଛାତ୍ରୀ ମାନେ । ଆଜି ସକାଳୁ ପାରାଦୀପ କଲେଜ ର ଦୁଇ ବିଭାଗ ର ଛାତ୍ରଛାତ୍ରୀ ମାନେ ହାତରେ ତ୍ରିରଙ୍ଗା ଧରି ଦେଶ ମାତୃକା ପାଇଁ ସହିଦ ହୋଇଥିବା ସେହି ବୀର ପୁରୁଷ ମାନଙ୍କୁ ମନେପକାଇ ସ୍ଲୋଗାନ ଦେଇ ତ୍ରିରଙ୍ଗା ଶୋଭାଯାତ୍ରା ରେ ପାରାଦୀପ ପରିକ୍ରମା କରିଛନ୍ତି ।