ଲାଞ୍ଚ ନେଇ ଧରା ପଡିଲେ ସୁବର୍ଣ୍ଣପୁର ଏଡିଏମଓ

0

ସୋନପୁର(ଓମପ୍ରକାଶ ମିଶ୍ର): ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ (ପିଏଚ) ଡାକ୍ତର ନବକିଶୋର ବେହେରା ଲାଞ୍ଚ ନେଉଥିବା ସମୟରେ ଧରା ପଡିଛନ୍ତି । ଜନୈକ କର୍ମଚାରୀ ବିଦ୍ୟୁତ ପ୍ରକାଶ ଖମାରୀଙ୍କଠାରୁ ଚାକିରି ଚୁକ୍ତି ବୃଦ୍ଧି କରିବାକୁ ୧୬,୦୦୦ ହଜାର ଟଙ୍କା ନେଉଥିବା ବେଳେ ଭିଜଲାନ୍ସ ହାତରେ ଧରା ପଡ଼ିଥିବା ଜଣାପଡ଼ିଛି ।
ପୁର୍ବରୁ ସୂଚନା ପାଇ ଲୁଚି ରହିଥିବା ସୋନପୁର ଭିଜଲାନ୍ସ ଟିମ ଡାକ୍ତରଙ୍କୁ କାବୁ କରି ଅଧିକ ଅନୁସନ୍ଧାନ ଜାରି ରଖିଛି । ଏହା ସହିତ ସୁବର୍ଣ୍ଣପୁର ସ୍ଥିତ ସରକାରୀ ବାସ ଭବନ, ଡୁଙ୍ଗୁରିପାଲି ବାସଭବନ ଓ ନିଜ ପୈତୃକ ଘର କନ୍ଧମାଳ ଜିଲ୍ଲାରେ ଥିବା ଘରେ ଚଢାଉ ଜାରି ଥିବା ସୂଚନା ମିଳିଛି ।