ମୟୂରଭଞ୍ଜକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି : ଦୁଇଟି ବୃହତ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ

0

ମୟୂରଭଞ୍ଜ: ମୟୂରଭଞ୍ଜ ହେବ ଶସ୍ୟଶ୍ୟାମଳ । ଜଳସେଚିତ ହେବ ଜମି । ହସିବେ ଚାଷୀ । ଆଜି ମୟୂରଭଞ୍ଜ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟିକ । ଆଉ ସେଠାରେ ମୟୂରଭଞ୍ଜ ବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇଟି ବୃହତ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି ।

 

– ୬୮୫ କୋଟି ଟଙ୍କା ବ୍ୟୟରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ
– ମୟୂରଭଂଜ ଓ ବାଲେଶ୍ୱର ଜିଲ୍ଲାର ୫୫ ହଜାର ଚାଷୀ ହେବେ ଉପକୃତ
– କରଂଜିଆ ହାତୀବାରିରେ ଦେଓ ଜଳସେଚନ ପ୍ରକଳ୍ପ
– ଅତିରିକ୍ତ ୧୭ ହଜାର ୧୨୧ ହେକ୍ଟର ଚାଷ ଜମି ପାଇଁ ଜଳସେଚନ ସୁବିଧା
– ୮୨୩ କୋଟି ବ୍ୟୟରେ ଦେଓ ଜଳ ସେଚନ ପ୍ରକଳ୍ପ
– ଉଭୟ ବାମ ଏବଂ ଦକ୍ଷିଣ ପାଶ୍ୱର୍ରେ ୫୮ କି.ମି କେନାଲ
– ୯୯ଶହ ହେକ୍ଟର ଚାଷ ଜମି ପାଇଁ ଜଳସେଚନ ସୁବିଧା
– ଦେଓ ନଦୀ ଉପରେ ନିର୍ମିତ ୧୨ଶହ ୮୦ ମିଟର ଦୈର୍ଘ୍ୟ ବିଶିଷ୍ଟ ବନ୍ଧ
– ୨୭ ହଜାର ହେକ୍ଟରରୁ ଅଧିକ ଚାଷ ଜମି ହେବ ଜଳସେଚିତ
– ମୟୂରଭଞ୍ଜ ଜିଲ୍ଲାର ୨ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ
– ଉପକୃତ ହେବେ ୧୦୦ଟି ଗ୍ରାମର ପ୍ରାୟ ୨ ଲକ୍ଷ ଲୋକ