କୋଲକାତା: ମମତା ସରକାରର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ । ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଶୁଭେନ୍ଦୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।ନିକଟରେ ସେ ମନ୍ତ୍ରୀ ପଦ ଓ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ।
ଶୁଭେନ୍ଦୁ ହାଇକୋର୍ଟରେ କରିଥିବା ଆବେଦନରେ ଉଲ୍ଲେଖ କରିଛନ୍ତି କି, ଜେଡ୍ ପ୍ଲସ ସୁରକ୍ଷା ବେଳେ ରାଜ୍ୟ ସରକାର ପୂର୍ବରୁ ଦେଉଥିବା ସୁରକ୍ଷା ଯୋଗାଉ ନାହାନ୍ତି। ନନ୍ଦିଗ୍ରାମର ସଭା ଏବଂ ଅନ୍ୟାନ୍ୟ ସଭା ବେଳେ ଗଣ୍ଡଗୋଳ ଓ ହିଂସା ଓ ତାଙ୍କ ଅଫିସ ଭଙ୍ଗାରୁଜାକୁ ନେଇ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଶୁଭେନ୍ଦୁ କୋର୍ଟଙ୍କୁ ଜଣାଇଛନ୍ତି । ବିଜେପିରେ ସାମିଲ ହେବା ପରେ କେନ୍ଦ୍ର ପକ୍ଷରୁ ତାଙ୍କୁ ଜୁଟ କର୍ପୋରେସନର ଅଫ ଇଣ୍ଡିଆର ଅଧ୍ୟକ୍ଷ କରାଯାଇଛି । ଏହା ପରେ ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ମିଳିଛି।
previous post
next post