ଶୁଭେନ୍ଦୁ ହେଲେ ବିଜେପି ବିଧାୟକ ଦଳ ନେତା

0

କୋଲକାତା: ପଶ୍ଚିମ ବଙ୍ଗରେ ଟିଏମସିର ବିଜୟ ପରେ ବିଜେପି ସେଠାରେ ବିରୋଧୀ ଦଳ ହୋଇଛି । ଗୋଟିଏ ପଟେ ମମତାଙ୍କ କ୍ୟାବିନେଟରେ ୪୩ ଜଣ ବିଧାୟକ ସ୍ଥାନ ପାଇଥିବା ବେଳେ ଅନ୍ୟପଟେ ବିଜେପି ତାର ବିଧାୟକଦଳ ନେତା ଚୟନ କରିଛି । ମମତାଙ୍କୁ ନନ୍ଦିଗ୍ରାମ ଆସନରୁ ପରାସ୍ତ କରିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ବିଜେପି ବିଧାୟକଦଳ ନେତା ଚୟନ କରିଛି । ଟିଏମସି ଛାଡି ନିର୍ବାଚନ ପୂର୍ବରୁ ଶୁଭେନ୍ଦୁ ବିଜେପିରେ ସାମିଲ ହୋଇଥିଲେ । ତାଙ୍କୁ ବିଜେପି ନନ୍ଦିଗ୍ରାମରୁ ଠିଆ କରାଇଥିଲା । ତେବେ ମମତାଙ୍କୁ ହରାଇବା ପରେ ଶୁଭେନ୍ଦୁଙ୍କ ସ୍ଥିତି ବିଜେପିରେ ସୁଦୃଢ ହେବା ସହ ଖାତିର ବଢିଛି ।