ନ୍ୟୁଜିଲାଣ୍ଡ ବିରୋଧରେ ଶୁଭମନଙ୍କ ବିସ୍ଫୋରକ ଦ୍ୱିଶତକ

0

ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଏକ ନିଆରା ରେକର୍ଡ କରିଛନ୍ତି । ଗିଲ ଲଗାତର ୩ଟି ଛକ୍କା ମାରି ଏହି ସଫଳତା ହାସଲ କରିଛନ୍ତି । ଗିଲ ୧୪୫ଟି ବଲରେ ଦ୍ୱିଶତକ ପୁରଣ କରିଛନ୍ତି । ଦ୍ୱିତୀୟ ଶତକ କରିଥିବା ଭାରତୀୟ ଖେଳାଳୀଙ୍କ ମଧ୍ୟରେ ୫ମ ଖେଳାଳୀ ଭାବେ ଗିଲ ଏହି ସଫଳତା ହାସଲ କରିଛନ୍ତି । ସେ ଦ୍ୱିଶତକ ପୁରଣ କରିବା ପରେ ଆଉଟ ହୋଇଛନ୍ତି ।

ରୋହିତ ଶର୍ମା ୩୪ ରନ କରି ଆଉଟ ହୋଇଥିଲେ ବି ଅନ୍ୟପଟେ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା । ମାତ୍ର ବିରାଟ କୋହଲି, ଇଶାନ କିଷନ ଶସ୍ତାରେ ଆଉଟ ହୋଇଯାଇଥିଲେ । ସୂର୍ଯ୍ୟକୁମାର ମଧ୍ୟ ୩୧ରନ କରି ଆଉଟ ହୋଇଥିଲେ । ଗୋଟିଏ ପଟେ ଓ୍ବିକେଟ ପଡ଼ିଚାଲିଥିବା ସତ୍ତ୍ବେ ଗିଲ୍ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ଶତକ ପୂରଣ କରିଥିଲେ ।

ଶତକ ପୂରଣ କରିବା ପରେ ବି ତାଙ୍କ ରନ ଭୋକ ମେଣ୍ଟିପାରିନଥିଲା । ସେ ଆହୁରି ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଦେଇଥିଲେ । ସେ ୯ଟି ଛକା ଓ ୧୯ଟି ଚୌକା ସହ ୨୦୮ ରନ କରିଥିଲେ । ସେ ୫୦ତମ ଓଭରରେ ସିପଲେଙ୍କ ବଲରେ ଆଉଟ ହୋଇଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୩୪୯ ରନ କରିଥିଲା ।