ନୂତନ ବିଡ଼ିଓ ଭାବେ ଦାୟିତ୍ୱ ନେଲେ ସୁବ୍ରତ

0

(ହିଞ୍ଜିିଳି/ ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକରେ ଗୁରୁବାର ନୂତନ ବିଡ଼ିଓ ଭାବେ ସୁବ୍ରତ କୁମାର ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଳକରେ ପ୍ରଥମ ପୋଷ୍ଟିଙ୍ଗ ପାଇ କାର୍ୟ୍ୟ ତୁଲାଇ ଆସୁଥିଲେ । ଗତ ୬ମାସ ହେଲା କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଳକରେ ବିଡ଼ିଓ ରୂପେ କାର୍ୟ୍ୟରତ ଥିଲେ ।ଶ୍ରୀ ଜେନା ଗୁରୁବାର ଦିନ ଯୋଗ ଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ହିଞ୍ଜିଳିକାଟୁ ବ୍ଳକ କାର୍ୟ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିସାରିବା ପରେ ବ୍ଳକର ସମସ୍ତ କର୍ମଚାରୀଙ୍କ ସମେତ ସ୍ଥାନୀୟ ପୌର ପରିଷଦର କାର୍ୟ୍ୟ ନିର୍ବାହୀ ଅଧିକାରୀ, ଭାରପ୍ରାପ୍ତ ଥାନାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଓ ଲୋକପ୍ରତିନିଧି ମାନେ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ ।