କରୋନାରେ ସଂକ୍ରମିତ ହେଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ସମୁଦ୍ର ଲହରୀ ପରି ମାଡି ଚାଲିଛି

0

(ପୁରୀ) : ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ସମୁଦ୍ର ଲହରୀ ପରି ମାଡି ଚାଲିଛି । ଏହାରି ମଧ୍ୟରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଭିଡରେ ସଂକ୍ରମିତ ହୋଇଛନ୍ତି । ଏନେଇ ଶ୍ରୀ ପଟ୍ଟନାୟକ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ଶ୍ରୀ ପଟ୍ଟନାୟକ କହିଛନ୍ତି କୋଭିଡ୍‌ ରୋଗ ସଂକ୍ରମଣ ଅତ୍ୟନ୍ତ ଯନ୍ତ୍ରଣା ଦାୟକ । ସେ ପ୍ରଥମେ ହୋମ କ୍ୱାରେଣ୍ଟାଇନର ରହିଥିଲେ। ପ​ରେ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି। କୋଭିଡ୍‌ ମାର୍ଗଦର୍ଶିକା ଅନୁପାଳନ କରିବାକୁ ସେ ନିବେଦନ କରିଛନ୍ତି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୭୨୯୧ ନୂଆ ସଂକ୍ରମିତ ଚିନ୍ହଟ ହୋଇଛନ୍ତି । ଏଥିରେ ୧୮ ବର୍ଷରୁ କମ୍ ୯୫୪ ଜଣ ଅଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୪୨୨୬ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୩୦୬୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧୧୯୫୧ ଜଣକୁ ବୃଦ୍ଧି ପାଇଛି।