କେଶ ଝଡ଼ିବା ବନ୍ଦ କରେ ଚିନି

0

ବ୍ୟୁରୋ : ଓଜନ ବଢିବାର ଗୋଟିଏ କାରଣ ହେଉଛି ଚିନି । ତେଣୁ ଅଧିକାଂଶ ଲୋକ ଖାଦ୍ୟରୁ ଚିନିକୁ ବାଦ୍ ଦେଇଥା’ନ୍ତି । କିନ୍ତୁ କେଶ ପାଇଁ ଚିନି ଖୁବ୍ ଉପକାରୀ ଅଟେ । ଶାମ୍ପୂ କରିବା ସମୟରେ ସେଥିରେ ଗୋଟିଏ •ମଚ ଚିନି ମିଶାଇ ଲଗାଇଲେ କେଶ ସାଇନ୍ କରିବା ସହିତ ଝଡ଼ିବା ବନ୍ଦ ହୋଇଥାଏ । ଚିନି କେଶରେ ଏକ କଣ୍ଡିସନର୍ ପରି କାମ କରିଥାଏ । ତେବେ ଆସନ୍ତୁ ଜାଣିବା ଶାମ୍ପୂରେ ଚିନି ମିଶାଇ କିପରି କେଶ ମୂଳରେ ଲଗାଇବେ ଏବଂ ଏପରି କରିବା ଦ୍ୱାରା ଅନ୍ୟ କେଉଁସବୁ ଲାଭ ମିଳିଥାଏ ।

ପ୍ରଥମେ କେଶକୁ ଓଦା କରିନିଅନ୍ତୁ । ଏହାପରେ ଆବଶ୍ୟକ ଅନୁସାରେ ଶାମ୍ପୂ ଏବଂ ଏଥିରେ ଗୋଟିଏ ଚାମଚ ଚିନିକୁ ମିଶାନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାଇ ଧୀରେ ଧୀରେ କେଶ ମୂଳକୁ ମାଲିସ କରନ୍ତୁ । ଏହାପରେ କେଶକୁ ଧୋଇ ଦିଅନ୍ତୁ । ଯଦି ଆପଣ କେଶଝଡ଼ିବାକୁ ନେଇ ଚିନ୍ତାରେ ରହିଛନ୍ତି, ତେବେ ସପ୍ତାହକୁ ଦୁଇଥର ଚିନି ଓ ଶାମ୍ପୂର ମିଶ୍ରଣକୁ ମୁଣ୍ଡରେ ଲଗାନ୍ତୁ ।

ପୁରୁଷମାନେ ମଧ୍ୟ ଏହି ଉପାୟକୁ ଆପଣାଇ ପାରିବେ । ସେହିପରି କେଶ ଅଧିକ ରୁକ୍ଷ ଥିଲେ ଶାମ୍ପୂ ଓ ଚିନିର ମିଶ୍ରଣକୁ ମୁଣ୍ଡରେ ଲଗାନ୍ତୁ । ଏହାଦ୍ୱାରା କେଶରେ ପ୍ରାକୃତିକ ଭାବରେ କୋମଳ ହୋଇଥାଏ । ସୁଫଳ ପାଇବା ପାଇଁ ଗୋଟିଏ ମାସ ଧରି କେଶରେ ଏହି ମିଶ୍ରଣକୁ ଲଗାନ୍ତୁ । ଶୀତଦିନେ କେଶରେ ରୁପି ସମସ୍ୟା ରହିଥାଏ । ଏହାକୁ ଭଲ କରିବା ପାଇଁ ମଧ୍ୟ ନିୟମିତ ଭାବରେ ଶାମ୍ପୂରେ ଚିନି ମିଶାଇ ଲଗାନ୍ତୁ । ରୁପି ସମସ୍ୟା ଦୂର କରିବା ପାଇଁ ସପ୍ତାହକୁ ଦୁଇଥର ଏହି ମିଶ୍ରଣ ବ୍ୟବହାର କରନ୍ତ ।