ଦୁଇ ସନ୍ତାନ ସହ ବାପାଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

0

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ମାଲାକନଗିରି ଜିଲ୍ଲାର ପଡିଆ ବ୍ଳକ ଅନ୍ତର୍ଗତ ରେଙ୍ଗାଲିଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଯେଉଁଠି ଜଣେ ବାପା ନିଜେ ବିଷ ପିଇବା ସହିତ ଦୁଇଜଣ ଶିଶୁଙ୍କୁ ମଧ୍ୟ ବିଷ ପିଆଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ । ଗତକାଲି ସନ୍ଧ୍ୟାରେ ଉକ୍ତ ଗ୍ରାମର ବୁଦ୍ଧୁରାମ କସରିଆ ନାମକ ଜଣେ ବ୍ୟକ୍ତି ମଦ୍ୟପାନ କରି ପାଟିତୁଣ୍ଡ କରି ଘରକୁ ଫେରିବା ପରେ ରାଗ ଜର୍ଜରିତ ଅବସ୍ଥାରେ ଚାଷ ପାଇଁ ଉଦ୍ଧିଷ୍ଟ ବିଷ ପିଇବା ସହ ନିଜର ଦୁଇ କୁନିକୁନି ଶିଶୁ ରାଖୀ କସରିଆ ଓ ରାକେଶ କସରିଆକୁ ମଧ୍ୟ ଦେଇଥିଲେ । ଏହାପରେ ବୁଦ୍ଧୁରାମଙ୍କ ପତ୍ନୀ ପାଖ ପଡୋଶୀଙ୍କ ସହଯୋଗରେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା କରାଯିବା ପରେ ମାଲକାନାଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଥିଲା । ସେଠାରେ ତିନିଜଣଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ପରେ ସମସ୍ତଙ୍କ ସ୍ଵାସ୍ଥ୍ୟ ଆବସ୍ଥାରେ ସୁଧାର ଆସିଥିବା ଜଣାପଡିଛି ।