ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଶନିବାର ପୂର୍ବାହ୍ନ ୧୧ଟାରେ ଜଣେ ବ୍ୟକ୍ତି ନବୀନ ନିବାସ ନିକଟରେ ଆତ୍ମାହୁତି ଦେବାକୁ ଚେଷ୍ଟା କରିବା ସମୟରେ ସୁୁରକ୍ଷା କର୍ମୀଙ୍କ ହାତରେ ଲାଗିଛନ୍ତି । ତାଙ୍କ ନାମ ରଘୁନାଥ ଓଝା (୩୮) । ତାଙ୍କ ଘର କଟକ ଜିଲ୍ଲା ନିଆଳିି ଥାନା ଅଧୀନ ପହଙ୍ଗା ।
ସୁୁରକ୍ଷା କର୍ମୀ ରଘୁଙ୍କୁୁ ନବୀନ ନିବାସଠାରୁ କିଛି ଦୂରରେ ହାତରେ ଏକ ଗୋଲଡିଂକ୍ସ ବଟଲ ସହ ଦେଖିବାକୁ ପାଇଥିଲା । ରଘୁଙ୍କ ହାବଭାବକୁ ଅନୁଧ୍ୟାନ କରି ସେ କିଛି ଅଘଟଣ ଘଟାଇବାର ଯୋଜନାରେ ଜାଣିବା ପରେ ସୁରକ୍ଷା କର୍ମୀ ରଘୁଙ୍କୁ କାବୁ କରି ନେଇଛନ୍ତି । ତାଙ୍କ ନିକଟରୁ ଏକ ହାତଲେଖା ଚିଠି ଉଦ୍ଧାର କରାଯାଇଛି । ଉକ୍ତ ଚିଠି ସେ ମୁଖ୍ୟମନ୍ତ୍ରୀଙ୍କ ଉୁଦ୍ଦେଶ୍ୟରେ ଲେଖିଥିଲେ । ଏଥିରେ ସେ ଉଲ୍ଲେଖ କରିଛନ୍ତି, ଗତ ୧୧ ତାରଖରେ ତାଙ୍କୁ ଗ୍ରାମର କିଛି ଲୋକ ମାରି ତାଙ୍କ ମୁଣ୍ଡ ଫଠାଇଦେଇଥିଲେ । ଏହାକୁ ନେଇ ସେ ନିଆଳି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ନିଆଳି ଓ ପରେ କଟକ ମେଡିକାଲକୁ ପଠାଇଦେଇଥିଲା । ଚିକି୍ସା ପରେ ସେ ସଂଧ୍ୟାରେ ଏତଲା ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏହି ମାମଲାକୁ ନେଇ ସେ ଅଡସପୁର ଏସଡିପିଓ, ଗ୍ରାମାଞ୍ଚଳ ଏସପି, ଡିଆଇଜି, ଡିଜିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଫଳ ନାହିଁ । ତେଣୁ ସେ ଆଜି ଆତ୍ମାହୁତି ନିଷ୍ପତ୍ତି ନେଇଥିବା ଜଣାପଡିଛି ।