Reporters Today
  • Home
  • ଆମୋଦପ୍ରମୋଦ
  • ଫିଲ୍ମମେକର ସନ୍ତୋଷ ଗୁପ୍ତାଙ୍କ ପତ୍ନୀ ଓ ଝିଅଙ୍କ ଆତ୍ମହତ୍ୟା
ଆମୋଦପ୍ରମୋଦ

ଫିଲ୍ମମେକର ସନ୍ତୋଷ ଗୁପ୍ତାଙ୍କ ପତ୍ନୀ ଓ ଝିଅଙ୍କ ଆତ୍ମହତ୍ୟା

(ମୁମ୍ବାଇ) : ଗୋଟିଏ ପଟେ କରୋନା ବଲିଉଡର ପିଛା ଛାଡୁନଥିବା ବେଳେ ପୁଣି ଏକଦୁଖଃଦ ଖବର ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡରେ ଫିଲ୍ମମେକର ସନ୍ତୋଷ ଗୁପ୍ତାଙ୍କ ପତ୍ନୀ ଓ ଝିଅଙ୍କର ମୃତ୍ୟ ହୋଇଛି ।ତାଙ୍କର ଥିବା ଅନ୍ଧେରୀ ଘରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଉଭୟଙ୍କୁ କୁପର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅସ୍ମିତାଙ୍କୁ ମୃତ ଘୋଷିତ କରାଯାଇଥିଲା। ଝିଅ ସୃଷ୍ଟି ୭୦ ପ୍ରତିଶତ ପୋଡି ଯାଇଥିଲେ। ତାଙ୍କୁ ମଙ୍ଗଳବାର ସିଫ୍ଟ କରାଯାଇଥିଲା, ସେଠାରେ ତାଙ୍କ ମା’ ମରିବାର ଗୋଟେ ଦିନ ପରେ ତାଙ୍କର ବି ମୃତ୍ୟୁ ହୋଇଯାଇଛି ।
ସୂଚନାନୁଯାୟୀ , ସନ୍ତୋଙ୍କ ପତ୍ନୀ ଅସ୍ମିତା ଗୁପ୍ତା ଓ ଝିଅ ସୃଷ୍ଟି ଗୁପ୍ତା ଅନ୍ଧେରୀ ଓ୍ବେ​‌ଷ୍ଟର ଡିଏମ୍ ନଗର ଅଞ୍ଚଳରେ ସୋମବାର ମଧ୍ୟାହ୍ନରେ ନିଜକୁ ନିଆଁ ଲଗାଇ ଦେଇଥିଲେ। ପଡୋଶୀମାନେ ଯେତେବେଳେ ଏ ବିଷୟରେ ସୂଚନା ଦେଇଥିଲେ ଫ୍ରାୟାର ବ୍ରିଗେଡ ଗାଡିକୁ ସୂଚିତ କରାଯାଇଥିଲା। ଅସ୍ମିତା ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତ ଥିଲେ। ଏହି କାରଣରୁ ସେ ଏଭଳି ପଦକ୍ଷେପ ନେଇଥିଲେ। ସେଭଳି ତାଙ୍କ ଝିଅ ମା’ଙ୍କର କଷ୍ଟ ଦେଖି ତାକୁ ସହି ପାରିନଥିଲେ, ଯେଉଁ କାରଣରୁ ସେ ଆତ୍ମଦାହ କରିନେଇଥିଲେ।

 

Related posts

ଆମ୍ମାଙ୍କ ଭୂମିକାରେ ନଜର ଆସିବେ କଙ୍ଗନା

Report

ବିଶ୍ୱ ମଧୁମକ୍ଷିକା ଦିବସ

Report

ସ୍ୱାମୀଙ୍କ ହୃଦୟ ଜିତିବେ କିପରି

Report

Leave a Comment