ସୁଲୋଚନା ଦାସ ହେଲେ ବିଜେଡିର ମେୟର ପ୍ରାର୍ଥୀ

0

ଭୁବନେଶ୍ୱର: ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି । ସୁଲୋଚନା ଦାସ ହୋଇଛନ୍ତି ଭୁବନେଶ୍ୱର ମେୟର ପ୍ରାର୍ଥୀ । ନାଁ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ସୁଲୋଚନା । ଏହାର ସବୁ ଶ୍ରେୟ ପ୍ରଭୁ ଜଗନ୍ନାଥ ଓ ବିଜେଡି କର୍ମ କର୍ତ୍ତାଙ୍କୁ ସେ ଦେଇଛନ୍ତି । ଏଥିସହ ଭୁବନେଶ୍ୱରକୁ ନଂ୧ ସହର କରିବା ତାଙ୍କ ମୁଳ ଲକ୍ଷ ବୋଲି ସେ କହିଛନ୍ତି ।

ସାମ୍ବାଦିକରୁ ଆଜି ସେ ମେୟର ପାଇଁ ପାଇଛନ୍ତି ଟିକେଟ । ଯିଏ ଲୋକଙ୍କ ସମସ୍ୟା ଏବଂ ସହରର ସମସ୍ୟାକୁ ସରକାରଙ୍କ ପାଖରେ ପହଚାଂଉଥିଲେ, ସେ ଆଜି ସରକାରଙ୍କର ଅଟକି ଯାଇଥିବା କାର୍ଯ୍ୟକୁ ପୂରଣ କରିବେ । ୫୦ ବର୍ଷ ଧରି ସାମ୍ବାଦିକତା କରି ନିଜର ନାଁ କମେଇଥିବା ସୁଲୋଚନା ଦାସ ଲଢିବେ ନିର୍ବାଚନ । ବିଜେଡି ସୁପ୍ରିମୋ ସୁଲୋଚନା ଦାସଙ୍କ ଉପରେ ଆସ୍ଥା ପ୍ରକଟ କରି ମେୟର ପ୍ରାର୍ଥୀ ଭାବେ ତାଙ୍କୁ ଟିକେଟ ଦେଇଛନ୍ତି ।