ବଢିବ ତାତି , ଅସ୍ତବ୍ୟସ୍ତ ହୋଇପଡ଼ିଲାଣି ଜନଜୀବନ

ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି ।

0

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି । ତେବେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ସହରରେ ଅସମ୍ଭାଳ ତାତି ଅନୂଭୂତ ହୋଇଛି । ଆଗକୁ ଏହା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବଲାଙ୍ଗୀର ଓ ସୋନପୁର ମଙ୍ଗଳବାର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ମଙ୍ଗଳବାର ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା ।

ବଲାଙ୍ଗୀର ଓ ସୋନପୁରରେ ତାତି ସର୍ବୋଚ୍ଚ ୪୩ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୪୨.୬, ବାରିପଦାରେ ୪୨, ସମ୍ବଲପୁରରେ ୪୧.୫, ସୁନ୍ଦରଗଡ଼ରେ ୪୧.୫, ବୌଦ୍ଧରେ ୪୧.୫, ଅନୁଗୁଳରେ ୪୧.୩, ଭବାନୀପାଟଣାରେ ୪୧ ଓ ହୀରାକୁଦରେ ୪୦.୭ ଡିଗ୍ରୀ ଥିଲା ।