ସୁନ୍ଦରଗଡ ପାଲଟୁଛି ଓଡିଶାର ଦ୍ୱୀତିୟ ଖେଳ ରାଜଧାନୀ, ବିର୍ସା ମୁଣ୍ଡା ଷ୍ଟାଡୟମରେ ଯୋଡି ହେଲା ଆଉ ଏକ ଅଧ୍ୟାୟ

0

ରାଉରକେଲା: ଦେଶକୁ ଅନେକ ଜାତୀୟ ଆନ୍ତର୍ଜାତୀୟ ଖେଳାଳୀ ଭେଟି ଦେଇଥିବା ସୁନ୍ଦରଗଡ ଜିଲ୍ଲାକୁ ଆଉ ଏକ ଭେଟି ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାରେ ଖେଳର ସମାଗ୍ରିକ ବିକାଶ ପାଇଁ ଏକାଧିକ କ୍ରୀଡା ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପ ମଧ୍ୟରେ ସବୁଠାରୁ ବଡ ହେଉଛି ରାଉରକେଲା ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ କମ୍ପେ୍ଳକ୍ସ । ଏହା ସହ ଅନ୍ୟ ୩ଟି ହକିକ ପ୍ରଶି କ୍ଷଣ କେନ୍ଦ୍ର । ଏହି ପ୍ରଶିକ୍ଷଣ କେନ୍ଦ୍ର ବିଶ୍ରା, ଲହୁଣୀପଡା ଓ ମଂଚମରାରେ ନିର୍ମାଣ ହୋଇଛି ।
ରାଉରକେଲା ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ ପରିସରରେ ୪୦୦ ମିଟର ଆଥଲେଟିକ୍ ସିନ୍ଥେଟିକ୍ ଟ୍ରାକ୍, ଫ୍ଳଡ୍ ଲାଇଟ୍ ସହ ପ୍ରାତ୍କତିକ ଟର୍ଫ ଫୁଟବଲ ପଡିଆ ରହିଛି । ଏହି ଷ୍ଟାଡିୟମରେ ୪ଟି ଗ୍ୟାଲେରୀ ରହିଛି । ଯେଉଁଥିରେ ଦୁଇ ହଜାରରୁ ଉର୍ଦ ଦର୍ଶକ ଏକା ସଂଗେ ବସି ମ୍ୟାଚର ମଜା ନେଇ ପାରିବେ । ଏହି ସିଟରେ ଭିନ୍ନକ୍ଷମମାନେ ବି ବସିବାର ସୁବିଧା କରା ଯାଇଛି । ଷ୍ଟାଡିୟମରେ ଖେଳାଳୀଙ୍କ ଚେଂଜି ରୁମ୍, ଲାଉଂଜ, ଜାତୀୟ ସ୍ତରର ଇଭେଣ୍ଟ ଏବଂ ପ୍ରତି ଯୋଗିତା ପାଇଁ ଆବଶ୍ୟକୀୟ ଆନୁସଂଗିକ ବ୍ୟବସ୍ଥା କରା ଯାଇଛି ।

ଏହି କମ୍ପେ୍ଳକ୍ସରେ ଖେଳାଳୀଙ୍କ ଚେଂଜି ରୁମ୍ ସହିତ ଆନୁସଙ୍ଗିକ ସୁହିଧା ସହିତ ଅଲମ୍ପିକ ଆକାରର ସ୍ୱିମିଂ ପୁଲ ବ୍ୟବସ୍ଥା ରହିଛି । ୫ ଶହ ଦର୍ଶକ ବସିବା ପାଇଁ ଗ୍ୟାଲେରୀ ଥିବା ଏହି ପୁଲରେ ଆଚଂଳିକ ସ୍ତରର ପ୍ରତି ଯୋଗିତା ଆୟୋଜନ ବ୍ୟବସ୍ଥା ବି ରହିଛି । କମର୍ସିଆଲ କମ୍ପେ୍ଳକ୍ସ ବା ବ୍ୟବସାୟିକ କାର୍ଯ୍ୟାଳୟ ସହିତ ବହୁତଳ ବିଶିଷ୍ଟ କାର ପାର୍କିଂ ବ୍ୟବସ୍ଥା ରହିଛି । ଯେଉଁଠାରେ ଏକା ସମୟରେ ୧୮୦ଟି କାର୍ ରହି ପାରିବ । ୧୧ ଏକର ଜାଗାରେ ଏହାର ନିର୍ମାଣ କରାଯାଇଥିଛି, ମୋଟ ପ୍ରକଳ୍ପପ ମୂଳ ୧୪୮ କୋଟି ଟଙ୍କା ରହିଛି ।

ହକି ପ୍ରଶିକ୍ଷଣ କେନ୍ଦ୍ର ଗୁଡିକରେ କ୍ୟାଟେଗୋରୀ ୩ ଏଫଆଇଏଚ୍ ସାର୍ଟିଫାଏଡ୍ ପ୍ରାପ୍ତ ସିନ୍ଥେଟିକ୍ ହକି ଟର୍ଫ ସହିତ ଖେଳାଳୀଙ୍କ ପାଇଁ ଚେଂଜି ରୁମ୍, ଆଡମିନ ରୁମ, ଜିମ୍ନାସିୟମ, ପ୍ରାଥମିକ ଚିକିତ୍ସା କ କ୍ଷ ଏବଂ ୨ ଶହ ଦର୍ଶକ ବସିବା ପାଇଁ ବ୍ୟବସ୍ଥା ହୋଇଛି । କୋଚ୍ ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ଆବାସିକ ଗୃହ ବ୍ୟବସ୍ଥା ହୋଇଛି । ଦୈନନ୍ଦିନ ପ୍ରଶି କ୍ଷଣ ର ସୁବିଧା କରା ଯାଇଛି ।

ଏହି ପ୍ରକଳ୍ପ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ସୁନ୍ଦରଗଡ ଓଡିଶା କ୍ରୀଡାର ମେରୁଦଣ୍ଡ । କେବଳ ହକି ନୁହେଁ, ଏହା ଆଥଲେଟିକ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସୁନାମ ଅର୍ଜନ କରିଛି । ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପ ଆମକୁ ଓ ଏହି ଜିଲ୍ଲା ସହିତ ଆଖପାଖ କ୍ରୀଡା ପ୍ରତିଭାଙ୍କୁ ସାମୂହିକ ଭାବେ ବିକଶିତ କରିବାରେ ସକ୍ଷମ କରାଇବ ।