କ୍ଷତବିକ୍ଷତ ଅବସ୍ଥାରେ ଫୋଟୋ ସେୟାର କଲେ ସନ୍ନି ଲିଓନି

ସନ୍ନି ଲିଓନି ନିଜର ଅନ୍ଦାଜ ଯୋଗୁଁ ଚର୍ଚ୍ଚାରେ ରୁହନ୍ତି ।

0

(ମୁମ୍ବାଇ) : ସନ୍ନି ଲିଓନି ନିଜର ଅନ୍ଦାଜ ଯୋଗୁଁ ଚର୍ଚ୍ଚାରେ ରୁହନ୍ତି । ସେ ସୋସିଆଲ ମିଡିଆରେ ବେଶ ସକ୍ରିୟ। କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ଏକ ଭିଡିଓ ସେୟାର କରିଛନ୍ତି। ଯାହାକୁ ଦେଖି ଫ୍ୟାନ୍ସ ଚିନ୍ତିତ ହୋଇପଡିଛନ୍ତି। ଭିଡିଓରେ ସନ୍ନିଙ୍କ ମୁହଁ ଏବଂ ପିଠିରେ ଆଘାତ ଚିହ୍ନ ଦେଖାଯାଇଛି।

ସୂଚନାନୁଯାୟୀ , ସନ୍ନି ଇନଷ୍ଟାଗ୍ରାମରେ ଏକ ଛୋଟ କ୍ଲିପ୍ ସେୟାର କରିଛନ୍ତି। ଯେଉଁଥିରେ ସେ ଶୋଇଥିବାର ଦେଖାଯାଇଛନ୍ତି ଏବଂ ତାଙ୍କ ମୁହଁ ଓ ପିଠିରେ କିଛି ଆଘାତର ଚିହ୍ନ ଦେଖାଯାଉଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ଫ୍ୟାନ୍ସ ଚିନ୍ତିତ ହୋଇପଡିଛନ୍ତି। ସେମାନେ କମେଣ୍ଟ ସେକ୍ସନରେ ଅଭିନେତ୍ରୀଙ୍କ ଅବସ୍ଥା ପଚାରୁଛନ୍ତି। ପ୍ରକୃତରେ ସନ୍ନି ଲିଓନଙ୍କୁ ଆଘାତ ଲାଗି ନାହିଁ। ଏହା ତାଙ୍କ ସୁଟ୍ ସହିତ ଜଡିତ ଏକ ଭିଡିଓ। ଭିଡିଓ ସହିତ ସନ୍ନି କ୍ୟାପସନରେ ଲେଖିଛନ୍ତି, ‘ଏଜେଣ୍ଟ ଏମ୍ … ଆହତ। ଅନାମିକାରେ ତାଙ୍କ ସହିତ କ’ଣ ଘଟିଛି ଜାଣନ୍ତୁ … ମାର୍ଚ୍ଚ ୧୦ ରେ MX ପ୍ଲେୟାରରେ।