ଆଡମିଟ କାର୍ଡରେ ସନି ଲିଓନିଙ୍କ ଫଟୋ

0

କର୍ଣ୍ଣାଟକ : ପରୀକ୍ଷା ହଲରେ ଏଣ୍ଟ୍ରି କରିବା ପାଇଁ ଆଡମିଟ୍ କାର୍ଡର ଆବଶ୍ୟକ ହୋଇଥାଏ । ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ଥିବାବେଳେ ତାଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ ରହିଥାଏ। କିନ୍ତୁ ୨୦୨୨ କର୍ଣ୍ଣାଟକରେ ଶିକ୍ଷକ ପଦବୀ ପାଇଁ ଏକ ସରକାରୀ ଚାକିରିରେ ଆବେଦନ କରିଥିବା ଜଣେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ତାଙ୍କ ଫଟୋ ପରିବର୍ତ୍ତେ ସନ୍ନି ଲିଓନିଙ୍କ ଫଟୋ ଥିବା ଦେଖିବାକୁ ମିଳିଛି। ଏହି ଫଟୋ ଟ୍ଵିଟରରେ ଭାଇରଲ ହେବାରେ ଲାଗିଛି।
କର୍ଣ୍ଣାଟକ ଶିକ୍ଷକ ଭର୍ତ୍ତି ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡରେ ସନ୍ନି ଲିଓନିଙ୍କ ଫଟୋ ଦେଖି ରାଜ୍ୟ ଶିକ୍ଷା ବିଭାଗ ଏହାକୁ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି। ଟ୍ଵିଟରରେ ଏହି ଫଟୋ ଭାଇରଲ ହେବା ସହିତ ସରକାରଙ୍କୁ ବିପକ୍ଷ ଦଳ ଟ୍ରୋଲ କରିବାରେ ଲାଗିଛନ୍ତି। ଘଟଣାର ତଦନ୍ତ କରିବା ପରେ ଥାନାରେ ଏକ ମାମଲା ରୁଜୁ ହୋଇଥିବା କର୍ଣ୍ଣାଟକ ଶିକ୍ଷା ସଂସ୍ଥା ସୂଚନା ଦେଇଛି । ଟ୍ଵିଟରରେ ଟ୍ରୋଲ କରି କୁହାଯାଇଛି, ଘରେ ଅଶ୍ଳୀଳ ଫିଲ୍ମ ଦେଖିବାର ପରିଣାମ ଆଉ କ’ଣ ବା ହୋଇପାରେ ! ବିଜେପିକୁ ଆକ୍ଷେପ କରି କର୍ଣ୍ଣାଟକ କଂଗ୍ରେସ ସୋସିଆଲ ମିଡିଆ ଚେୟାର ପର୍ସନ ବି.ଆର ନାଇଡୁ ଗତ ମଙ୍ଗଳବାର ଟ୍ୱିଟରରେ କିଛି ଏଭଳି କମେଣ୍ଟ କରିବା ସହ ଏହି ଆଡମିଟ୍ କାର୍ଡର ଏକ ସ୍କ୍ରିନ୍ ସର୍ଟ ଟ୍ୱିଟରରେ ପୋଷ୍ଟ କରିଛନ୍ତି ।