ପୋଲିସବାବୁଙ୍କ ସୁପରହିଟ ଲଭ ଷ୍ଟୋରୀ

0

ତାଳଚେର: ପୋଲିସ କର୍ମଚାରୀଙ୍କୁ ମହଙ୍ଗା ପଡିଛି ନିୟମ ଭାଙ୍ଗିବା । ସୁରକ୍ଷା ଦେବା ପାଇଁ ପିନ୍ଧିଥିଲେ କାକି ପୋଷାକ । କିନ୍ତୁ ରାତି ହେବା ପରେ ଭୁଲି ଯାଇଥିଲେ ଯେ ସେ ଜଣେ ପୋଲିସ କର୍ମଚାରୀ । ରାତି ଅଧରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି ଏହି ପୋଲିସ ବାବୁ ଜଣକ ।
ଏହି ଦବଙ୍ଗ ପୋଲିସ ଅଫିସର ଜଣକ ହେଉଛନ୍ତି ତାଳଚେର ବଅଁରପାଳ ଥାନାରେ ଠିକାଭିତ୍ତିରେ ସବଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିବା ନୀଳମଣି ମହାନ୍ତି । ହାଇୱେ ପେଟ୍ରୋଲିଂ ଦାୟିତ୍ୱରେ ଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ସେ ଏମିତି ଏକ କାଣ୍ଡ କରିଥିଲେ ଯେଉଁଥିରେ ମାନ ସମ୍ମାନ ତ ଗଲା । ଏବେ ତାଙ୍କ ଚାକିରି ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବୁଧବାର ରାତି ପ୍ରାୟ ସାଢେ ୩ଟା ବେଳେ ମହାନ୍ତି ବାବୁ ତାଳଚେର ଥାନା ଅଙ୍ଗାରୁଆ ଅଞ୍ଚଳରେ ରହୁଥିବା ଜଣେ ମହିଳାଭ୍କ ଘରକୁ ପଶି ଯାଇଥିଲେ । କବାଟ ବାଡେଇ ମହିଳାଙ୍କୁ ଉଠାଇବା ସହିତ ତାଙ୍କୁ ଖରାପ ବ୍ୟବହାର ମଧ୍ୟ କରିଥିଲେ ଏହି ପୋଲିସ ବାବୁ । ମହିଳାଙ୍କୁ ସେ କହିଥିଲେ “ ଦବ ଯଦି….. ରହିବି” ମୁଁ ଶୁଣିକି ଆସିଛି । ନହେଲେ ଚାଲିଯିବି । କିନ୍ତୁ ମହିଳା ଜଣକ ଏହି ଘଟଣାକୁ ନିଜ ମୋବାଇଲେ ରେକର୍ଡ କରି ନେଇଥିଲେ । ଏହାପରେ ଦୁଷ୍କର୍ମ ଉଦ୍ୟମ କରଥିବା ତାଳଚେର ଥାନାରେ ପୋଲିସବାବୁଙ୍କ ନାଁରେ ଏକ ଲିଖିତ ଅଭିଯୋଗ କରିଛନ୍ତି ମହିଳା ।
ଅଭିଯୋଗକୁ ଭିତ୍ତି କରି ଏ ନେଇ ଆଇପିସି ଧାରା ଅନୁଯାୟୀ ୩୫୪, ୩୨୩, ୫୦୬ ଏବଂ ୪୫୪ ଦଫା ମାମଲା ରୁଜୁ କରି ନୀଳମଣି ମହାନ୍ତିଙ୍କୁ ଗିରଫ କରିଛି । ଗତକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବା ସହ ମାମଲାର ଅଧିକ ତଦନ୍ତ ଜାରି ରଖିଚି ତାଳଚେର ଥାନା ପୋଲିସ । ତେବେ ଏହି ଘଟଣାର ଭିଡିଓ ଏବେ ସୋଶଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।