ସାଲେପୁର/ତାରାକାନ୍ତ ନାୟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କୂଳିଆ ଗ୍ରାମର ଦେବବ୍ରତ ସାମଲ(୨୭) ଦୀର୍ଘ ଦିନ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅର୍ଥାଭାବରୁ ତାଙ୍କର ଚିକିତ୍ସା କରିବା ପାଇଁ ବାଧା ସୃଷ୍ଟି ହୋଇଛି।ଏହି ସମୟରେ “ସେବା”ଅନୁଷ୍ଠାନ ଦେବବ୍ରତଙ୍କୁ ସହାୟତାର ହାତ ବଢ଼ାଇଛି । ଅନୁଷ୍ଠାନର ଅଧକ୍ଷ ବିକାଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ସଂପାଦକ ପର୍ଶୁରାମ ଦିକ୍ଷୀତ, ଉପାଧ୍ୟକ୍ଷ ଶୁଭାଶିଷ ରାଉତ, ସଦସ୍ୟ ରମାକାନ୍ତ ମହାରଣା, ସୋମନାଥ ସାହୁ, ଅଶୋକ କୁମାର ଦାସ, ଆକାଶ ପ୍ରଧାନ,ରେଣୁବାଳା ଦାସ ପ୍ରମୁଖ ଦେବବ୍ରତଙ୍କୁ ଆର୍ଥିକ ଅନୁଦାନ ପ୍ରଦାନ ସହ ବିଭିନ୍ନ ରାସନ୍ ସାମଗ୍ରୀ ପ୍ରଦାନ କରିଥିଲେ। ଏହି କାର୍ୟ୍ୟକ୍ରମରେ ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ,ସୁନିଲ କୁମାର ମହାପାତ୍ର, ଯଚିନ୍ଦ୍ରନାଥ ଜେନା ପ୍ରମୁଖ ସହଯୋଗ କରିଥିଲେ।