ମାମଲାର ତଦନ୍ତ ବେଳେ ସମ୍ପତ୍ତିକୁ ଜବତ କରିପାରିବନି ପୋଲିସ

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ପୁଲିସ କୌଣସି ପରାଧିକ ମାମଲାର ତଦନ୍ତ କରୁଥିବା ସମୟରେ ଅଭିଯୁକ୍ତଙ୍କ ଅଚଳାଚଳ ସମ୍ପତ୍ତିକୁ ଜବତ ବା କୋରଖ କରିପାରିବ ନାହିଁ। ସୁପ୍ରିମକୋର୍ଟ ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଦୀପକ ଗୁପ୍ତା ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମହାରାଷ୍ଟ୍ର ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇବା ସହିତ କହିଛନ୍ତି, ସିଆରପିସି ଧାରା ୧୦୨ରେ ବେଆଇନ ସମ୍ପତ୍ତିକୁ ଜବତ କିମ୍ବା କୋରଖ କରିବାରେ ପୁଲିସର କୌଣସି ଅଧିକାର ନାହିଁ।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଥିଲେ ଯେ, ତଦନ୍ତ ସମୟରେ ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରିବାରେ ପୁଲିସର କୌଣସି ଅଧିକାର ନାହିଁ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।