ହିଜାବ ବ୍ୟାନକୁ ନେଇ ଅସହମତି ପ୍ରକାଶ କରିଛି ସୁପ୍ରିମ କୋର୍ଟ

0

ନୂଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟ କିଛିଦିନ ତଳେ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ନେଇ ରାୟ ଦେଇଥିଲା । ହେଲେ ସେହି ରାୟକୁ ଖାରଜ କରିଛି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ ଜଷ୍ଟିସ ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୁଳିଆଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଭିନ୍ନ ମତ ରଖିଛନ୍ତିି । ମତ ଭିନ୍ନ ହେବା ପରେ ଖଣ୍ଡପୀଠ ପ୍ରଧାନ ବିଚାତ୍ତିଙ୍କ ଉପରେ ନିଷ୍ପତ୍ତି ଛାଡିଦେଇଛନ୍ତି ।

ତେବେ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ନେଇ ବ୍ୟାନ କରାଯାଇଥିଲା । ଏହାକୁ କର୍ଣ୍ଣାଟକ ହାଇକୋର୍ଟ ବ୍ୟାନ କରିଥିଲା । ଏହି ରାୟକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ହିଜାବ ଗୋଷ୍ଠୀ । ତେଣୁ ସେପ୍ଟେମ୍ବର ୨୨ରେ ଏହି ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରାଖାଯାଇଥିଲା ସୁପ୍ରିମକୋର୍ଟରେ ।

ହିଜାବ ବ୍ୟାନ ପରେ ଇସଲାମୀୟ ଧର୍ମର ପିଲାମାନେ ପାଠପଢା କ୍ଷେତ୍ରରେ ସଂକୋଚିତ ହେଉଥିଲେ । ଏହାକୁ ନେଇ ଯୁକ୍କି ବାଢିଥିଲେ ଆବେଦନକାରୀ ଓକିଲ ପକ୍ଷ । ଏହି ମାମଲାକୁ ସୁପ୍ରିମକୋର୍ଟର କିଛି ଆଇନଜୀବୀ ୫ଜଣିଆ ବିଚାରପତି ଖଣ୍ଡପୀଠରେ ଶୁଣାଣି କରିବାକୁ ଯୁକ୍ତି ରଖିଥିଲେ । ତେବେ ହିଜାବ ବ୍ୟାନ ହେବା ପରେ କର୍ଣ୍ଣାଟକା ରାଜ୍ୟ ସରକାର ହିଜାବ ପିନ୍ଧିବାକୁ ନେଇ ବ୍ୟାନ କରିଥିଲେ ।