ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଓକିଲଙ୍କ ଆନ୍ଦୋନ ବିରୋଧରେ କଠୋର ହେଲେ ସୁପ୍ରିମ କୋର୍ଟ ।ତୁରନ୍ତ କାର୍ଯ୍ୟରେ ଯୋଗ ନ ଦେଲେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏହା ସହ ଲାଇସେନ୍ସ ବାତିଲ କରିବାକୁ ବାର୍ କାଉନସିଲକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକସ୍ଥଳେ ଆନ୍ଦେଳନକାରୀ ଓକିଲଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।ଏହା ସହ କୋର୍ଟଙ୍କ ଦ୍ୱାରା ଆନ୍ଦୋଳନକାରୀଙ୍କୁ ହଟାଇବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାମୁତାବକ, ଡିସେମ୍ବର ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ୟ୍ୟ କରାଯାଇଛି। ନ୍ୟାୟିକ ଅଧିକାରକୁ ହନନ ନକରିବା ନେଇ ଓକିଲ ଆନ୍ଦୋଳନ ବନ୍ଦ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ କୋର୍ଟ।