କୋଭିଡକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମ କୋର୍ଟ

0

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗଇଛି । ଦୈନିକ ସଂକ୍ରମଣ ୩ ଲକ୍ଷରୁ ଅଧିକ ରହୁଛି । ବହୁ ରାଜ୍ୟରେ ହସ୍ପିଟାଲରେ ବେଡ ନାହିଁ । ରୋଗୀଙ୍କୁ ଅକ୍ସିଜେନ ମିଳୁନାହିଁ, ଯେଉଁଥିପାଇଁ ବହୁ ରୋଗୀ ମୃତ୍ୟୁବରଣ କରୁଛନ୍ତି । ଏପରି ସ୍ଥିତିରେ ସୁପ୍ରିମକୋର୍ଟ ନିଜ ତରଫରୁ ଏହି ମାମଲାରେ କେନ୍ଦ୍ରକୁ ନୋଟିସ କରିଛନ୍ତି । ସୁପ୍ରିମକୋର୍ଟ କେନ୍ଦ୍ରର କୋଭିଡ ପରିଚାଳନା ଉପରେ ବର୍ଷିଛନ୍ତି । ଏହି ମାମଲାରେ କୋର୍ଟ ହରିସ ସାଲଭେଙ୍କୁ ଆମିକସ କ୍ୟୁରୀ ନିଯୁକ୍ତ କରିଛନ୍ତି ।
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏଲ ନାଗେଶ୍ୱର ରାଓ ଓ ଜଷ୍ଟିସ ଏସ ରଭିନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଅକ୍ସିଜେନ ଅଭାବ, ଔଷଧ ଅଭାବ, ଚିକିତ୍ସା ପରିଚାଳନାରେ ତୃଟି ଓ କୋଭିଡ ରୋଗୀଙ୍କୁ ନେଇ ଅନ୍ୟାନ୍ୟ ସମସ୍ୟାକୁ ନେଇ ନିଜ ଆଡି ଘଟଣା ଶୁଣାଣି କରିବାକୁ ସ୍ଥିର କରିଛନ୍ତି । ବର୍ତ୍ତମାନ ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ ରହିଛି । ଏହି ଘଟଣାର ପରର୍ବତ୍ତୀ ଶୁଣାଣି ଆସନ୍ତା କାଲି କରିବାକୁ କୋର୍ଟ ଦିନ ଧ।।ର୍ଯ୍ୟ କରିଛନ୍ତି । କୋର୍ଟ କେନ୍ଦ୍ରକୁ ନୋଟିସ କରି ଏହି ଯୁଦ୍ଧ ପରି ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ପ୍ରସ୍ତୁତ ଅଛି କି ନାହିଁ ପଚାରିଛନ୍ତି ।