ଦୁର୍ଘଟଣା ରୋକିବାକୁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

FTTF ସ୍କିମ୍ ଅଧୀନରେ ଅଧିକ କର୍ପୋରେଟ ଟ୍ରମା କେୟାର ସୁବିଧା

0

ଭୁବନେଶ୍ୱର : ସଡକ ଦୁର୍ଘଟଣା ହ୍ରାସ ପାଇଁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ସଡକ ସୁରକ୍ଷା ଏବଂ ଦୁର୍ଘଟଣା ହେଉଥିବା ମୃତ୍ୟୁ ହାର କମ୍ କରାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ପଦକ୍ଷେପ ନିଆଯାଇଛି । ସୁପ୍ରିମକୋର୍ଟ କମିଟିର ପର୍ଯ୍ୟବେକ୍ଷଣ ଅନୁଯାୟୀ,ସ୍ୱାସ୍ଥ ଏବଂ ପରିବାର କଲ୍ୟାଣ ବିଭାଗରେ ସରକାର ଟ୍ରମା ଚିକ୍ରିତ୍ସା ସୁବିଧାକୁ ମଜବୁତ କରିଛନ୍ତି ।ଭାରତ ସରକାରଙ୍କ ସହଯୋଗରେ ଆରମ୍ଭ କରିବା ପାଇଁ ଏକାଦଶ ଆର୍ଥିକ ବର୍ଷ ଯୋଜନା ଏବଂ ଦ୍ୱାଦଶ ଆର୍ଥିକ ବର୍ଷ ଯୋଜନା ସମୟରେ କିଛି ଟ୍ରମା କେୟାର ସୁବିଧା ଦୃଢ କରାଯାଇଥିଲା ।ଏହିପରି TCF ହେଉଛି , SCB MCH କଟକ, MKCG MCH ବ୍ରହ୍ମପୁର, VIMSAR ବୁର୍ଲା, DHS ଖୁରଡା, ଭଦ୍ରକ, ବାଲାସୋର ଏବଂ RGH ରାଉରକେଲା  ଅନ୍ତର୍ଭୂକ୍ତ କରାଯାଇଛି ।

ପରବର୍ତ୍ତୀ ସମୟରେ ୩୩ TCFକୁ ସୂଚିତ କରାଯାଇଛି । ଯେଉଁଥିରେ ପ୍ରଥମ ତିନୋଟି ସ୍ତରରେ ଏବଂ ଦ୍ୱିତୀୟରେ ଚାରିଟି ସ୍ତର ରହିଥିବା ବେଳେ ଅବଶିଷ୍ଟକୁ ୨୬ଟି ସ୍ତରରେ ରଖାଯାଇଛି । ଏହାକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରଥମ ୪୮ ଘଣ୍ଟା ଆଘାତରେ ନଗଦବିହୀନ ଚିକିତ୍ସା ଯୋଗାଇବା ପାଇଁ, ୨୦୧୯ ରେ ଟ୍ରମା ପାଣ୍ଠି ପାଇଁ ଏକ ମାଗଣା ଚିକିତ୍ସା ଯୋଜନା ଆରମ୍ଭ କରାଯାଇଛି।ଏହା ସହ ୧୧ଟି ବେସରକାରୀ ଟ୍ରମା ସୁବିଧାକୁ ସଶକ୍ତ କରାଯାଇଛି । ଏହି TCF ଗୁଡ଼ିକୁ ସମର୍ଥନ ପାଇଁ, “ନୂତନ କାଜୁଆଲିଟି ଏବଂ ଟ୍ରମା କେୟାର” ଏବଂ “ଟ୍ରମା ପାଣ୍ଠି ପାଇଁ ମାଗଣା ଚିକିତ୍ସା” ଭଳି ଯୋଜନା ପ୍ରସ୍ତୁତ କରାଯାଇଛି। ସଡକ ଟ୍ରାଫିକ ଦୁର୍ଘଟଣା ହେତୁ ଅଧିକ ଶକ୍ତିଶାଳୀ ତଥା ମୃତ୍ୟୁହାର ହ୍ରାସ କରିବା ପାଇଁ ଓ ସ୍ତରର ଟ୍ରମା କେୟାର ସୁବିଧା ଥିବା ୭ ଟି ଘରୋଇ ଡାକ୍ତରଖାନାକୁ ଅନୁମୋଦନ କରାଯାଇଛି। ଏଥି ସହ ନୂତନ ସୁବିଧା ସହିତ ଏମଓୟୁ ଶୀଘ୍ର ସ୍ୱାକ୍ଷରିତ ହେବ।ଏହି ଯୋଜନାକୁ ରାଜ୍ୟ ନୋଡାଲ ଅଫିସର ଭାବରେ ଆଡଲ ଡିଏମଏଟି ଓଡିଶା ତଦାରଖ କରୁଛି।

ଏହି ଯୋଜନା ଅନ୍ତର୍ଗତ ମାଗଣା ଚିକିତ୍ସା କେନ୍ଦ୍ର ଉପଲବ୍ଧ କରାଯାଇଛି । ଏଥି ମଧରେ ରହିଛି ଅଶ୍ୱିନୀ ଟ୍ରମା କେନ୍ଦ୍ର(କଟକ),ଏମଆରଆଇ ହସ୍ପିଟାଲ(ଭୁବନେଶ୍ୱର),କିମସ୍ (ଭୁବନେଶ୍ୱର), ହାଇ-ଟେକ୍ ମେଡିକାଲ କଲେଜ ଏବଂ ହସପିଟାଲ(ଭୁବନେଶ୍ୱର)କଳିଙ୍ଗ ହସ୍ପିଟାଲ( ଭୁବନେଶ୍ୱର) ଉତ୍କଳ ମେଡିକାଲ ସାଇନ୍ସ,( ଭୁବନେଶ୍ୱର) , ମେଡିକୋଭର ହସ୍ପିଟାଲ(ବିଶାଖାପାଟନମ୍) ରାମ କୃଷ୍ଣ କେୟାର ହସ୍ପିଟାଲ(ରାୟପୁର) ଜେପି ହସ୍ପିଟାଲ(ରାଉରକେଲା) ଆଇଏମଏସ ଆଣ୍ଡ ଏସଏମ ହସ୍ପିଟାଲ( ଭୁବନେଶ୍ୱର)ସମ ଅଲ୍ଟିମେଟ( ଭୁବନେଶ୍ୱର) ସୂର୍ୟ୍ୟକିରଣ ହସ୍ପିଟାଲ(ଭୁବନେଶ୍ୱର) କେୟାର ହସପିଟାଲ (ଭୁବନେଶ୍ୱର) ନୀଳମଣି କେୟାର ହସ୍ପିଟାଲ(ଟାଙ୍ଗି, କଟକ) ସାଶି ଭୂସାନ ମେମୋରିଆଲ ହସ୍ପିଟାଲ(କଟକ) ସୂର୍ୟ୍ୟ ଡାକ୍ତରଖାନା(କଟକ) ତ୍ରିଶା ହସ୍ପିଟାଲ( କଟକ)। ଏହି ସମସ୍ତ ଡାକ୍ତରଖାନାର ସ୍ତରରେ ପ୍ରଥମ ଟ୍ରମା କେୟାର ସୁବିଧା ରହିଛି । ସ୍ୱାସ୍ତ ଏବଂ ପାରିବାରିକ ବିଭାଗ ଅନୁଯାୟୀ ; ଏହା ଆଘାତ ପୀଡିତଙ୍କ ପାଇଁ ବହୁତ ସାହାଯ୍ୟ କରିବ ।