ପୁରୀକୁ ଧାର୍ମୀକ ପରିବେଶରେ ରଖିବା ପାଇଁ ସୁରଙ୍କ ସରକାରଙ୍କୁ ନିବେଦନ

0

ଭୁବନେଶ୍ୱର, ରାଜେଶ ସାହୁ: ପୁରୀର ସୌନ୍ଦର୍ଯ୍ୟ କରଣପାଇଁ ରାଜ୍ୟ ସରକାର ହାତକୁ ନେଇଛନ୍ତି ଅନେକ କାର୍ଯ୍ୟକ୍ରମ ହେଲେ ପୂରୀ ବେଳା ଭୁମିରେ ଥିବା ଉଠା ଦେକାନୀ ସ୍ତାନାନ୍ତର କରାଯିବ । ଏହାକୁ ନେଇ ତୀବ୍ର ଅସନ୍ତୁଷ ଦେଖିବାକୁ ମିଳିଛି । ଏନେଇ କଂଗ୍ରେସ ନେତା ସୁର ରାଉତରାୟ ପୁରୀ ଯାଇଥିଲେ । ବିଭିନ୍ନ ଉଠାବ୍ୟବସାୟୀଙ୍କ ସହ ଆଲୋଚନା କରିବା ସହ ରତ୍ନ ଭଣ୍ଡାରକୁ ମଧ୍ୟ ପରିଦର୍ଶନ କରିଥିଲେ । ସୁରଙ୍କ କହିବା କଥା ରତ୍ନ ଭଣ୍ଡାରରେ ଫାଟ ସୃଷ୍ଟି ହୋଇଛି । ଯାହା ଫଳରେ ରତ୍ନ ଭଣ୍ଡାର ଅସୁରକ୍ଷିତ । ସରକାର ଏନେଇ ସଠିକ ବ୍ୟବସ୍ଥା କରନ୍ତୁ ଏହା ସହ ପୁରୀ ଏକ ତୀର୍ଥ ପୀଠ ଏଠାରେ ଗୋଆ ପରି ପରିବେଶ ନକରନ୍ତୁ । ଧାର୍ମୀକ ପରିବେଶରେ ରଖିବା ପାଇଁ ସୁରଙ୍କ ସରକାରଙ୍କୁ ନିବେଦନ ଏହା ସହ ଏଠାକାର ଉଠାଦୋକାନୀ ଦୀର୍ଘ ପିଢିରୁ ବ୍ୟବସାୟ କରିଆସୁଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇ ସଠିକ୍ କାମ କରନ୍ତି ବୋଲି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ।