ପ୍ରବାସୀ ଓଡିଆଙ୍କୁ କଳିଙ୍ଗ ଷ୍ଟାଡିୟରେ ରଖାଯାଉ : ସୁରେସ ରାଉତରାୟ

0

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ପ୍ରବାସୀ ଓଡିଆଙ୍କୁ କଳିଙ୍ଗ ଷ୍ଟାଡିୟରେ ରଖନ୍ତୁ ବୋଲି କହିଛନ୍ତିି କଂଗ୍ରେସ ବିଧାୟକ ସୁରେସ ରାଉତରାୟ । କୋରୋନା ସଂକ୍ରମିତ ରାଜ୍ୟରୁ ଆସୁଛନ୍ତି ପ୍ରବାସୀ ଓଡିଆ । ଯାହାକି ରାଜ୍ୟରେ ସ୍ଥିତ ବର୍ତ୍ତମାନ ସୁଦ୍ଧା ଅଧିକ ସଂଖ୍ୟାରେ ଟେଷ୍ଟ କରିବା ପାଇଁ ବ୍ୟବସ୍ଥା କରାଗଲା ନାହିଁ । ବାରମ୍ବାର ଦାବି କରିବା ସତ୍ୱେ କିଛି ପଦକ୍ଷେପ ସରକାର ନେଇ ନାହାଁନ୍ତି ବୋଲି କ୍ଷୁବ୍ଧ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେସ ରାଉତରାୟ । ସେମାନେ ବାହାର ରାଜ୍ୟରୁ ଆସୁଥିବାରୁ ସ୍ଥିତି ବର୍ତ୍ତମାନ ସଙ୍ଗୀନ ରହିଛି । ସେମାନଙ୍କୁ କଳିଙ୍ଗ ଷ୍ଟାଡିୟମରେ ସରକାର ରଖନ୍ତୁ ବୋଲି କହିଛନ୍ତି ସୁରେଶ ରାଉତରାୟ । ଏହା ସହ ସେ ମଧ୍ୟ କହିଛନ୍ତି ଆଗାମୀ ଦିନରେ ଯଦି ଟ୍ରେନ ଯୋଗେ ଲୋକମାନେ ଜଟଣୀରେ ଓହ୍ଲେଇବେ ତାକୁ ବିରୋଧ କରିବା ସହ ଆବଶ୍ୟକ ପଡିଲେ ଟ୍ରେନ ଲାଇନରେ ଧାରଣା ଦେବାକୁ ବି ଚେତାବନୀ ଦେଇଛନ୍ତି ।