ପୁଷ୍ପା ଫିଭରରୁ ବାଦ୍‌ ପଡିଲେନି ସୁରେଶ ରାଇନା

ପୁଷ୍ପା ରିଲିଜ ହେବା ଦିନ ଠାରୁ ଦେଶରେ ଅନେକ ଲୋକ ଏହାକୁ କପି କରୁଛନ୍ତି ।

0

(ମୁମ୍ବାଇ) : ପୁଷ୍ପା ରିଲିଜ ହେବା ଦିନ ଠାରୁ ଦେଶରେ ଅନେକ ଲୋକ ଏହାକୁ କପି କରୁଛନ୍ତି । ତେବେ ଏହି ଫିଭରରୁ ବାଦ୍‌ ପଡିଲେନି ମିଷ୍ଟର ଆଇପିଏଲ୍‌ ଅର୍ଥାତ ସୁରେଶ ରାଇନା। ଆଇପିଏଲ୍‌-୨୦୨୨ ନିଲାମୀରୁ ବାଦ୍‌ ପଡିବା ପରେ କହିଲେ ‘କ’ଣ ଭାବିଲ ଫାୟାର ହୈ ମେଁ।’ ଟ୍ୱିଟ୍‌ରେ ଏବେ ଏଭଳି ଅନ୍ଦାଜରେ ଫଟୋ ଟ୍ୱିଟ୍‌ କିର ସୋଶାଲ ମିଡିଆ ଟ୍ରେଣ୍ଡ ପାଲଟିଛନ୍ତି ମିଷ୍ଟର ଆଇପିଏଲ୍‌।

ସୂଚନାନୁଯାୟୀ , ଚଳିତ ଆଇପିଏଲ-୨୦୨୨ରେ ତାଙ୍କୁ କେହି କିଣି ନାହାନ୍ତି। ସିଧାସଳଖ କିଛି କହିନଥିଲେ ସୁଦ୍ଧା ସୋଶାଲ ମିଡିଆରେ ସେ ପୁଷ୍ପା ଷ୍ଟାଇଲ୍‌ରେ କରିଛନ୍ତି ଫଟୋ ପୋଷ୍ଟ। ଆଉ କ୍ୟାପସନରେ ଲେଖିଛନ୍ତି, ‘ଫାୟାର ହୈ ମେଁ’। ଏହା କ’ଣ ଆପଣମାନେ ଜାଣିଛନ୍ତି କି?’ ରାଇନାଙ୍କ ଏହି ‘ମେଁ ଝୁକେଗା ନେହିଁ’ ଷ୍ଟାଇଲ୍‌ ଫଟୋ ଫ୍ୟାନ୍‌ମାନଙ୍କୁ ଉତ୍ସାହିତ କରିଛି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।