ଜନପ୍ରିୟ ଅଧିକାରୀଙ୍କ ବଦଳିକୁ ନେଇ ସୁରଙ୍କ ପ୍ରଶ୍ନ

0

ଭୁବନେଶ୍ୱର/ରାଜେଶ ସାହୁ: କରୋନା ମହାମାରୀ ସମୟରେ କାହିଁକି ସରକାର ନେଲେ ଏଭଳି ନିଷ୍ପତ୍ତି ? କାହିଁକି ବଦଳି କରାଗଲା ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ? କୋଭିଡ ସଂକ୍ରମଣ ପରଠାରୁ ଦିନ ରାତି ଏକ କରି କାର୍ଯ୍ୟକରି ଲୋକଙ୍କ ପ୍ରିୟ ହୋଇଥିବା କମିଶନରଙ୍କୁ କାହିଁକି ରାଜଧାନୀର ଦାଇତ୍ୱରୁ ବଂଚିତ କରାଗଲା ବୋଲି ଏବେ ଚର୍ଚ୍ଚା ଚାଲିଛି । ଏହାକୁ ନେଇ ବିରୋଧୀ କଂଗ୍ରେସ ମଧ୍ୟ ଉଠାଇଛି ପ୍ରଶ୍ନ । ପ୍ରେମଚନ୍ଦ୍ରଙ୍କ ପାଇଁ ସବୁ ରାଜଧାନୀବାସୀ ପାଉଥିଲେ ସମସ୍ତପ୍ରକାରର ସୁବିଧା ସୁଯୋଗ । ଗଣମାଧ୍ୟମ ଜରିଆରେ ରାଜଧାନୀବାସୀଙ୍କୁ କରୋନା କାଳରେ କରୁଥିଲେ ସଚେତନ । ତାଙ୍କ କାର୍ଯ୍ୟପାଇଁ ଲୋକପ୍ରିୟତ।। ହାସଲ କରିଥିଲେ । କିନ୍ତୁ ତାଙ୍କ ପରି ଜଣେ ଜନପ୍ରିୟ ଅଧିକାରୀଙ୍କୁ ବଦଳି କରି ତାଙ୍କ ସ୍ଥାନରେ ଇଡକୋର କୋଟି କୋଟି ଟଙ୍କା ଦୁର୍ନୀତିରେ ବୁଡିରହିଥିବା ସଂଞ୍ଜୟ ସିଂହଙ୍କୁ କାହିଁ ଅବସ୍ଥାପିତ କରାଯାଇଛି ବୋଲି ସୁର ପ୍ରଶ୍ନ କରିଛନ୍ତି ।

 ତେବେ ପ୍ରଶ୍ନ ଉଠୁଛି ମହାମାରୀ ସମୟରେ ଏଭଳି ଦୃର୍ନୀତିରେ ଲିପ୍ତଥିବା ଅଧିକାରୀଙ୍କୁ ଏଭଳି ଏକ ଦାୟିତ୍ୱବାନ ଆସନ ଦେବା କେତେ ଠିକ ? ଏଭଳି ମହାମାରୀ ସମୟରେ ଲୋକଙ୍କ ହିତରେ ସେ କାମ କରିବେ ନା ସେ ଇଡକୋ ପରି ଭୁବନେଶ୍ୱରରେ କୋଭିଡ ପରିଚାଳନା କ୍ଷେତ୍ରରେ ଅର୍ଥ ହଡପ କରିବେ ତାହା ଦେଖିବାକୁ ରହିଲା ।