ଭୁବନେଶ୍ୱର ପରେ ପୁରୀରେ ସୂର୍ଯ୍ୟ କିରଣ ଏୟାର ଶୋ

ଚିତାକର୍ଷକ ସୋ ଦେଖାଇଲେ ଏମକେ-୧୩୨ ଫାଇଟର ଜେଟ

0

ପୁରୀ: ଭାରତୀୟ ବାୟୁସେନା ପକ୍ଷରୁ ଭୁବନେଶ୍ୱରରେ ଦୁଇ ଦିନ ଧରି ସୂର୍ଯ୍ୟ କିରଣ ଏୟାରଶୋ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ କୁଆଖାଇ ବାଲିଯାତ୍ରା ପଡିଆରେ ସୂର୍ଯ୍ୟକିରଣ ଏୟାରସୋ ଅନୁଷ୍ଠିତ ହୋଇଥିଲା। ଭୂମିର ୫ ଶହରୁ ହଜାରେ ଫୁଟ ଉଚ୍ଚତାରେ ବାୟୁସେନା ତାର କଳା କୌଶଳ ପ୍ରଦର୍ଶନ କରିଥିଲା। ଏୟାରଶୋ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଆଗ୍ରହଣ ପରିଲକ୍ଷିତ ହୋଇଥିଲା। ଗତକାଲିର ଶୋରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇଥିଲେ। ଆଜାଦୀ କା ଅମୃତ ମହୋତ୍ସବ ଲାଗି ପୂର୍ବ ଭାରତର ଯେଉଁ ୫ଟି ସ୍ଥାନରେ ସୂର୍ଯ୍ୟ କିରଣ ସୋ ପ୍ରଦର୍ଶନ ଲାଗି ସ୍ଥାନ ନିରୂପଣ ହୋଇଥିଲା, ତା ମଧ୍ୟରେ ଭୁବନେଶ୍ୱର ଓ ପୁରୀ ଦୁଇଟି ସ୍ଥାନ ରହିଥିଲା। ଏହି ଅବସରରେ ଆଜି ପୁରୀ ବେଳାଭୂମିରେ ବାୟୁସେନାର ବିମାନ ଗୁଡିକ ନିଜର ଚିତାକର୍ଷକ ଏୟାର ସୋ ପ୍ରଦର୍ଶନ କରିଥିଲେ। ତେବେ ଆସନ୍ତାକାଲି ଘୁର୍ଣ୍ଣିଂବଳୟର ସମ୍ଭାବନା ଥିବାରୁ ବାୟୁସେନା ପକ୍ଷରୁ ଫୁଲ ସୋ କରାଯିବାର ଅନୁମାନ କରାଯାଉଛି। ଯଦି ଆସନ୍ତାକାଲି ପାଗ ଭଲ ରହେ ତାହାଲେ ପୁଣି ଥରେ ଏୟାର ସୋ ପ୍ରଦର୍ଶନ କରାଯିବ ବୋଲି ପୁରୀ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।