ତୃତୀୟ ମହଲାକୁ ଖୁସି କରିବା ପାଇଁ ସୁଶାନ୍ତ ସିଂ ଏଭଳି ବୟାନ ଦେଇଛନ୍ତି:ପ୍ରଦୀପ ପୁରୋହିତ,ବିଜେପି ନେତା

0

ଭୁବନେଶ୍ୱର: ସୁଶାନ୍ତ ସିଂଙ୍କ ବୟାନରୁ ଜଣାପଡୁଛି ସେ ଭୟଭୀତ। ତୃତୀୟ ମହଲାକୁ ଖୁସି କରିବା ପାଇଁ ସୁଶାନ୍ତ ଏଭଳି ବୟାନ ଦେଇଛନ୍ତି। ପଶ୍ଚିମ ଓଡିଶାର ସବୁ ବିଧାୟକ ଓ ସାଂସଦ ସିଟ ବିଜେଡି ଜିତିବ ସେ ଵାହସ୍ପଟ ମାରୁଛନ୍ତି। ଶୁଶାନ୍ତ ବୋଧହୁଏ ନିଜକୁ ପଶ୍ଚିମ ଓଡିଶାର ମାଲିକ ଭାବୁଛନ୍ତି। ଜଣେ ମାଲିକ ନ ହେଲେ ଏମିତି କହି ପାରିବ ନାହିଁ। ସେ ଯାହାକୁ ଚାହିଁବେ ଲୋକ ତାକୁ ଭୋଟ ଦେବେ ସେମିତି ଭାବିବା ଭୁଲ। ତାଙ୍କ ଭିତରେ ଯେଉଁ ଅସନ୍ତୋଷ ଅଛି ତାକୁ ନେଜେ ସମ୍ଭାଳନ୍ତୁ। ତାଙ୍କ ମନରେ ଗର୍ବ ଥିଲା। ତାଙ୍କୁ ଛାଡ଼ି ମୁଖ୍ୟମନ୍ତ୍ରୀ କାହାକୁ ମନ୍ତ୍ରୀ କରିବେ ନାହିଁ। ତାଙ୍କୁ ଛାଡି ବିଜୁ ଜନତା ଦଳ ଆଗକୁ ଯିବ ନାହିଁ। ଏ ସ୍ୱପ୍ନ ଭାଙ୍ଗି ଗଲା।ତେଣୁ ତାଙ୍କ ସମର୍ଥକମାନେ ଅସନ୍ତୋଷ ଛାଡିଲେ। ତୃତୀୟ ମହଲରୁ ଯେତେବେଳେ ଚାପ ଆସିଲା। ତେଣୁ ସେ ଭୟବିତ ହୋଇଯାଇଛନ୍ତି। ବିନା ସରକାର ଓ ପୋଲିସ ବିନା ସହାୟତାରର ତାଙ୍କ କଳା ରାଜୁତି ଚାଲିବ ନାହିଁ। ତେଣୁ ସେ ଭୟବିତ ହୋଇ ତୃତୀୟ ମହାଲାକୁ ସନ୍ତୁଷ୍ଟ କରିବା ପାଇଁ ପଶ୍ଚିମ ଓଡିଶାରେ ସବୁ ବିଧାୟକ ଓ ସାଂସଦ ସିଟ ଜିତିବୁ ବୋଲି କହିଛନ୍ତି। ଗତ ୨୪ ବର୍ଷରେ ନବୀନ ସରକାର ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରି ପାରି ନାହିଁ। ତେଣୁ ପଶ୍ଚିମ ଓଡିଶାବାସୀ ତାର ଉଚିତ ଜବାବ ଦେବେ। ସୁଶାନ୍ତ ସିଂ ପ୍ରଥମେ ତାଙ୍କ କଥା ଚିନ୍ତା କରନ୍ତୁ ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।