ପାକିସ୍ତାନକୁ କଡା ଜବାବ ଦେଲେ ସସ୍ମିତ

ପାକିସ୍ତାନକୁ କଡା ଜବାବ ଦେଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । କାଶ୍ମୀର ପ୍ରସଙ୍ଗକୁ ନେଇ ବର୍ଷିଲେ ସସ୍ମିତ ।

0

ଭୁବନେଶ୍ୱର: ପାକିସ୍ତାନକୁ କଡା ଜବାବ ଦେଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । କାଶ୍ମୀର ପ୍ରସଙ୍ଗକୁ ନେଇ ବର୍ଷିଲେ ସସ୍ମିତ । ବାହାରିନରେ ଆୟୋଜିତ ହୋଇଥିବା ୧୪୬ ତମ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନରେ ଭାରତର ପ୍ରତିନିଧି ଭାବେ ନେତୃତ୍ୱ ନେଇ ପାକିସ୍ତାନ ପ୍ରତିନିଧିଙ୍କୁ କଡା ଜବାବ ଦେଇଛନ୍ତି ।

ନିକଟରେ ପାକିସ୍ତାନ ବାରମ୍ବାର ଭାରତର ଜାମ୍ମୁ ଓ କାଶ୍ମୀରକୁ ନିଜର ଦେଶର ବୋଲି ସବୁଠି କହୁଥିବା ବେଳେ ତାହାର କଡା ଜବାବରେ ସସ୍ମିତ କହିଛିନ୍ତି ପାକିସ୍ତାନ ଏକ ଆତଙ୍କବାଦୀ ଏକ୍ସପୋର୍ଟର ଦେଶ । ଜାମ୍ମୁ ଓ କାଶ୍ମୀର, ଲଦାଖ ହେଉଛି ଭାରତର ଅଭିନ୍ନ ଅଙ୍ଗ । ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଟିପ୍ପଣୀ ରଖିବାର ଅଧିକାର ପାକିସ୍ତାନର ନାହିଁ ବୋଲି ସସ୍ମିତ କହିଛନ୍ତି । ଅବୈଧ ଓ ଜୋର ଜବରଦସ୍ତି ପାକିସ୍ତାନ ଅକ୍ତିଆର କରିଥିବା ଭାରତୀୟ ଅଞ୍ଚଳକୁ ତତ୍କାଳ ଖାଲି କରିବାକୁ ସେ ଆହ୍ବାନ ଦେଇଛନ୍ତି । ପାକିସ୍ତାନର ବେଆଇନ ସୀମା ପାର ଯୋଗୁ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ କାର୍ୟ୍ୟକଳାପ ବୃଦ୍ଧି ପାଇଛି । ଯାହା ମାନବାଧିକାର କ୍ଷୁଣ୍ଣ କରୁଛି ବୋଲି ସସ୍ମିତ କହିଛନ୍ତି ।