ପାରାଦୀପ : ଓଡ଼ିଶାରେ ଆସି ପୁଣି ଜଣେ ଋଷୀୟ ନାଗରିକଙ୍କ ସନ୍ଦେହଜନକ ମୃତ୍ୟୁ । ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଘଟିଛି ଏହି ଅଘଟଣ। ‘ଏମ୍ .ଭି. ଅଲଦାନା’ ନାମକ ଜାହାଜରେ ଥିବା ଇଞ୍ଜିନିୟର ‘ମିଲ୍ ଯାକୁବ ସର୍ଜଇ’ ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ହୃଦଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।ତେବେ ରୁଷୀଆନ ଇଞ୍ଜିନିୟରଙ୍କ ମୃତ୍ୟୁ କିଭଳି ଓ କେଉଁ ପରିସ୍ଥିତିରେ ହୋଇଛି ତାହାକୁ ନେଇ ଆଲୋଚନା ସୃଷ୍ଟି ହେଉଛି | ପୂର୍ବରୁ ମଧ୍ୟ ରାୟଗଡାରେ ଦୁଇ ଜଣ ରୁଷୀୟ ନାଗରିକଙ୍କ ସନ୍ଦେହଜନକଭାବେ ମୃତ୍ୟୁ ହୋଇଛି, ଯାହାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚର ଦୁଇଟି ଟିମ କରୁଛନ୍ତି । ତେବେ ପୁଣି ଜଣଙ୍କର ମୃତ୍ୟୁ ହେବାପରେ ସନ୍ଦେହ ବଢ଼ିବାରେ ଲାଗିଛି |