ଡାକ ବିଭାଗ ଦ୍ୱାରା ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର ଠାରେ ସ୍ୱଛତା ପଖୱାଡ଼ା ଅନୁଷ୍ଠିତ

0

ଆସିକା /କମଳିନୀ ହୋତା :- ଭାରତୀୟ ଡାକ ବିଭାଗଙ୍କ ନିର୍ଦେଶ କ୍ରମେ ଆସିକା ମୁଖ୍ୟ ଡାକ ଅଧକ୍ଷ ଗୋପେଶ ଦାସଙ୍କ , ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୪ ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର ଠାରେ, ଆସିକା ଡାକ ବିଭାଗ ଉପାଧକ୍ଷ ଭାଗ୍ୟଧର ଦାସଙ୍କ ପ୍ରତେକ୍ଷ ତତ୍ୱାବଧାନରେ ପ୍ରାୟ ୧୦୦ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ସାଧାରଣଜ୍ଞାନ ପରୀକ୍ଷା ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ପୁରସ୍କାର ବିତରଣୀ ଉତ୍ସବ ରେ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟା ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ,ଡାକ ବିଭାଗ ବି.ଇ ପ୍ରତାପ ଚନ୍ଦ୍ର ସ୍ୱାଇଁ,କୃଷ୍ଣ ଚନ୍ଦ୍ର ଭଞ୍ଜ, ରବୀନ୍ଦ୍ର ପାତ୍ର, ବିଦ୍ୟାମନ୍ଦିର ସହ ସମ୍ପାଦକ ଦିଲ୍ଲୀପ କୁମାର ଶତପଥି, ବରିଷ୍ଠ ଆଇନ ଯିବି ଅନିଲ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ପ୍ରତିଯୋଗିତାକୁ ବିଦ୍ୟାମନ୍ଦିର ଗୁରୁଜୀ ଗୁରୁମା କାଦମ୍ବିନୀ ହୋତା, ଲିନା କୁମାରୀ ସ୍ୱାଇଁ , ଅଜୟ କୁମାର ପଟ୍ଟନାୟକ, କାର୍ତ୍ତିକ ବେହେରା, ପଦ୍ମାବତୀ ମହାରଣା, ଲଷ୍ମୀପ୍ରିୟା ଜେନା, ବାଳକୃଷ୍ଣ ସାହୁ ସନ୍ତୋଷୀ ସାହୁ,ସୁନିତା କୁମାରୀ ମହାପାତ୍ର, ନନ୍ଦିନୀ ବେହେରା ଯୋଗଦାନରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା।