ନୂଆଦିଲ୍ଲୀ : ଭାରତ ପାଳିଛି ୭୪ତମ ସାଧାରଣତନ୍ତ୍ର ଦିବସ | ଏହି ଅବସରରେ ଯୋଗଗୁରୁ ବାବା ରାମଦେବ ପାକିସ୍ତାନକୁ ନେଇ ବଡ ବୟାନ ଦେଇଛନ୍ତି । ନିଜ ବୟାନରେ ପାକିସ୍ତାନ ଖୁବଶୀଘ୍ର ୪ ଖଣ୍ଡ ହୋଇଯିବ ବୋଲି କହିଛନ୍ତି | ଯାହାପରେ ଚର୍ଚ୍ଚା ଲାଗିରହିଛି | କେବେଳ ସେତିକି ନୁହେଁ ଭାରତକୁ ପାକିସ୍ତାନର ତିନୋଟି ଅଂଶ ମିଶିବ ବୋଲି କହିଛନ୍ତି ସ୍ୱାମୀ ରାମଦେବ | ପାକ୍ ଅଧିକୃତ କାଶ୍ମୀର ବା ପିଓକେ ଭାରତରେ ଥିବ ।
ବାଲୁଚିସ୍ତାନ, ପିଓକେ ଓ ପଞ୍ଜାବ ଭିନ୍ନ ରାଷ୍ଟ୍ର ହେବା ସହ ପାକିସ୍ତାନ ଛୋଟିଆ ଦେଶରେ ସୀମିତ ହୋଇ ରହିଯିବ । ଭାରତ ସହିତ ମିଶିବା ପାଇଁ ସିନ୍ଧ ପ୍ରାନ୍ତରେ ମଧ୍ୟ ହଡ଼କମ୍ପ ଦେଖିବାକୁ ମିଳିଛି । ପାକିସ୍ତାନ ଭାଗ ଭାଗ ହୋଇଯିବ । ଗୋଟିଏ ଛୋଟ ଦେଶରେ ପରିଣତ ହେବ ପାକିସ୍ତାନ । ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ ଆଉ ଠିକ ଏହି ସମୟରେ ରାମଦେବ ବାବାଙ୍କ ଏହି ବୟାନ ବେଶ ଚର୍ଚ୍ଚା ସାଉଁଟିଛି | ତେବେ ବାବାଙ୍କ କହିବା ଅନୁସାରେ ଆଗକୁ ସୁପରପାୱାର ସହ ବିଶ୍ୱରେ ଭାରତ ଉଭା ହେବ ।
ସେପଟେ ଭୟଙ୍କର ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ ପୂର୍ବରୁ ଖାଦ୍ୟ ସାମଗ୍ରୀକୁ ନେଇ ହାହାକାର ପଡିଥିବାବେଳେ ମୁଣ୍ଡବିନ୍ଧାର କାରଣ ପାଲଟିଛି ବିଦ୍ୟୁତ | ଆଉ ଏବେ କୁଆଡେ ଜଳ ସଙ୍କଟ ନେଇ ସତର୍କ କରିଦିଆଯାଇଛି |