ଅପହୃତ ନୁହେଁ ଅପହରଣକାରି ସାଜିଲେ ସ୍ୱିଗି ଡେଲିଭରି ବଏ

0

(ଭୁବନେଶ୍ୱର): ଗତ ଶନିବାର ରାତିରେ ଏକ ଡେଲିଭର ବଏକୁ ଅପହରଣ ମାମଲା ରୁଜୁ କରାଯାଇଥିଲା । ଅପହରଣ ହୋଇଥିବା ବ୍ୟକ୍ତ ଜଣକ ହେଲେ ପତିତପାବନ ଜେନା । ସେ ସ୍ୱିଗି ଡେଲିଭରି ବଏ ଭାବେ କାମ କରନ୍ତି । ଲିଙ୍ଗିପୁରରୁ କିଡନାପ . କପିଳପ୍ରସାଦରୁ ଭଏସ ମେସେଜ । ନିଜ ପତ୍ନି କୁ ଏକ ଭଏସ ମେସେଜ କରିଥିଲେ ପତିତପାବନ ଆଉ ତାଙ୍କୁ କିଏ ଅପହରଣ କରିଥିବା ଜଣେଇଥିଲେ ଏବଂ ଲୋକେସନ ମଧ୍ୟ କହିଥିଲେ । ପୁଲିସ ପହଞ୍ଚିଥିଲା ସେହି ଲୋକେସନରେ କିନ୍ତୁ ସେଠାରେ ନଥିଲେ ପତିତପାବନ । ସେଠାରେ ପଡିଥିଲା ପତିତପାବନଙ୍କ ଚପଲ . ଟିସାର୍ଟ , ବ୍ୟାଗ ଏବଂ ଏକ ନୂଆ ଛୁରୀ । କିନ୍ତୁ ଏ ସବୁ ଭିତରେ ପ୍ରଥମେ ସନ୍ଦେହ ଘେରକୁ ଆସିଥିଲେ ନିଜେ ପତିତପାବନ । କାରଣ ସେ ତାଙ୍କ ପତ୍ନିଙ୍କୁ ପଠାଇଥିବା ଭଏସ ମେସେଜରେ କହିଥିଲେ କି ତାଙ୍କୁ ଏକ ଡାଲା ଅଟୋରେ କିଛି ଲୋକ ଅପହରଣ କରିନେଇଛନ୍ତି । ଆଉ ତାଙ୍କ ପାଖରୁ ଫୋନ ଛଡାଇ ନେଇଛନ୍ତି । ତେବେ ଏଠି ପ୍ରଥମ କଥା ଯଦି ଅପହରଣକାରି ମାନେ ତାଙ୍କ ଫୋନ ନେଇଯାଇଥିଲେ ତେବେ ଭଏସ ମେସେଜ କିପରି ପଠାଇଲେ ? , ଯଦି ତାଙ୍କୁ ଏକ ଡାଲାଅଟୋରେ ପକାଇ ନେଉଥିଲେ ତେବେ ଗାଡିର ସାଉଣ୍ଡ କଣ ପାଇଁ ଶୁଣା ଯାଉନଥିଲା , ଆଉ ସେ ଚିକ୍ତାର କଣ ପାଇଁ କଲେନି ? ଏମିତି ଅନେକ କିଛି ପ୍ରଶ୍ନ ଉଙ୍କି ମାରିବା ସହ ସନ୍ଦେହ ଘେରକୁ ଟାଣି ହୋଇଯାଇଥିଲେ ନିଜେ ପତିତ ପାବନ ଆଉ ପୁଲିସ ଅଭିଯୋଗ ଅନୁଯାୟୀ କରିଥିଲା ତଦନ୍ତ । ଶେଷରେ ପ୍ରକୃତ ସତ ସମ୍ନାକୁ ଆସିଲା । ନିଜେ ରଚିଥିଲେ ଏପରି ଅପହରଣର ନାଟକ , ସିସିଟିଭିରୁ ଧରାପଡିଲା ପତିତପାବନଙ୍କ ଅପହରଣର ସତ, ତେବ ସେ କାହିଁକି ଏପରି କରିଥିଲେ ତାହା ପୁଲିସ ତଦନ୍ତ କହିବ । ଟ୍ରେନ ଯୋଗେ ବାହାର ରାଜ୍ୟକୁ ପଳାଇଥିଲେ ପତିତପାବନ । ତେବେ ମଧ୍ୟପ୍ରଦେଶର ଏକ ରେଲଷ୍ଟେସନରୁ ଏକ ସିସିଟିଭିରୁ ଧରାପଡିଲେ ଡେଲିଭରି ବଏ । ଏବଂ ତାଙ୍କ ସହ ଜଣେ ଝିଅ ଥିବା ମଧ୍ୟ ସୂଚନା ମିଲୁଛି . ତେବେ ସେ ଝିଅଟି କିଏ କଣ ପାଇଁ ତାଙ୍କ ସହ ଯାଇଥିଲେ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ତାଙ୍କୁ କାଟନି ଥାନରେ ଅଟକ ରଖାଯାଇଥିବା ସୂଚନା ମିଳଥିିବା ବେଳେ ଓଡିଶା ଆଣିବାକୁ ଏକ ୪ ଜଣିଆ ଟିମ ଗଠନ କରାଯାଇ ଡେଲିଭରି ବଏ କୁ ଓଡିଶା ଅଣାଯାଉଥିବା ସୂଚନା ମିଳିଛି । ଅପରପଟେ ପତିତ ପାବନ ବା ଚିକୁନଙ୍କ ନାଁରେ ଗୋପ ଥାନରେ ଏକ ଅପହରଣ ମାମଲା ରୁଜୁ ହୋଇଛି । ଗୋପ ଥ।।ନ ବେଦପୁର ଗାଁର ଜଣେ ଯୁବତୀଙ୍କୁ ଅପହରଣ କରଥିିବା ନେଇ ଅଭିଯୋଗ ହୋଇଛି । ତେବେ ଏ ନେଇ ଯୁବତୀଙ୍କ ପରିବାର ଗୋପଥାନରେ ଅଭିଯୋଗ କରିଥିବା ସୂଚନା ମିଳିଛି । ନିଖୋଜ ଯୁବତୀଙ୍କ ସହ ଚିକୁନର ସମ୍ପର୍କ ଥିବା ଯୁବତୀ ଏନେଇ ଏକ ଚିଠିରେ ଲେଖିଥିବା ସୂଚନା ମିଳିଛି । ତେବେ ଚିକୁନକୁ ଓଡିଶା ଅଣାଜିବା ପରେ ସମ୍ପୁର୍ଣ୍ଣ ଘଟଣାରୁ ପରଦା ଉଠିବ ।