ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଟକ ଜିଲ୍ଲା କିଶନ ନଗର ଥାନା ପରିସରରେ ଜଣେ ଯୁବକ ଦେହରେ ପେଟ୍ରୋଲ ପକାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜମିବାଡ଼ି ବିବାଦକୁ ନେଇ ଏପରି କରିଥିବା ସୂଚନା ।ଶରୀରର ପ୍ରାୟ ୯୦ ଭାଗ ଅଂଶ ଜଳି ଯାଇଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାରକରି କିଷନ ନଗର ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର କରାଯାଇଛି । ଏନେଇ କିଶନ ନଗର ପୋଲିସି ପ୍ରଶାସନ କୌଣସି ଉତ୍ତର ଦେଉ ନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜେନା ଦେଖା ଦେଇଛି। ସୂଚନାଯୋଗ୍ୟ କିଶନନଗର ଥାନା ଇସାଣିବ୍ରହ୍ମପୁରର ଗୁଣନିଧି ବିଶୋଇ ଙ୍କ ଜମିବାଡ଼ି ବିବାଦକୁ ନେଇ ଏଭଳି ହୋଇଛି।