ନୂଆଦିଲ୍ଲୀ : ଡିସେମ୍ବର ୧ ଗୁରୁବାର ଠାରୁ ଭାରତ ଜି ୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଯାଉଛି । ଏଥି ପାଇଁ ଦେଶର ୧୦୦ଟି ସ୍ମାରକୀ ରେ ଜି ୨୦ ଲୋଗ ସହିତ ଆଲୋକିତ ହେବ । ଏହି ଲୋଗରେ ଭାରତିୟ ଜାତୀୟ ପତାକାର ରଙ୍ଗ ସମୂହ ପ୍ରତିଫଳିତ ହେବା କୁ ଯାଉଛି । କୋଣାର୍କ ସ୍ଥିତ ସୂର୍ଯ୍ୟମନ୍ଦିର ସମେତ ସମଗ୍ର ଦେଶରେ ଥିବା ୧୦୦ଟି ‘ଏଏସ୍ଆଇ’ ସ୍ମାରକୀରେ ସପ୍ତାହକ ପର୍ଯ୍ୟନ୍ତ ଆଲୋକରେ ଆଲୋକିତ ହେବ । ଏହା ସହ ବସୁଧୈବ କୁଟୁମ୍ବକମ୍ ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ ଭାରତର ବାର୍ତ୍ତା ସହ ଜି-୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ରଖାଯାଇଛି। ଜି-୨୦ ଅଧ୍ୟକ୍ଷତା ପଦ ଗ୍ରହଣ କରିବା ଦ୍ବାରା ଭାରତର ବାର୍ତ୍ତା ଏବେ ସାରା ବିଶ୍ବରେ ଗୁଞ୍ଜରିତ ହେବ।କୁ ଯାଉଛି । ବର୍ଷକର ଅଧ୍ୟକ୍ଷତା ସମୟ ଅବଧିରେ ଭାରତ ଭିନ୍ନ ଭିନ୍ନ ୩୨ଟି ସେକ୍ଟର୍ରେ ସମଗ୍ର ଦେଶରେ ୨୦୦ଟି ସଭା କରିବ। ଆସନ୍ତା ବର୍ଷ ସେପ୍ଟେମ୍ବର ରେ ଦିଲ୍ଲୀରେ ଜି ୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିଲାଗି ଏବେ ଠାରୁ ବିଶାଳ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ଷକର ଅଧ୍ୟକ୍ଷତା ସମୟ ଅବଧିରେ ଭାରତ ଭିନ୍ନ ଭିନ୍ନ ୩୨ଟି ସେକ୍ଟର୍ରେ ସମଗ୍ର ଦେଶରେ ୨୦୦ଟି ସଭା କରିବ। ଦେଶର ସର୍ବବୃହତ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ପାଇଁ ଏବେଠାରୁ ବିଶାଳ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି। ଆଜି ଭାରତ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଥିବା ବେଳେ ଏହି ସମୟରେ ଦେଶର ୧୦୦ ସ୍ମାରକୀ ସ୍ଥଳରେ ଆଲୋକର ସ୍ବତନ୍ତ୍ର ସମାରୋହ ଅନୁଷ୍ଠିତ ହେବ ଏବଂ ଏଥିସହ ଏକ ସ୍ବତନ୍ତ୍ର ଅଡିଓ-ଭିଡିଓ କ୍ଲିପ୍ ମଧ୍ୟ ଉନ୍ମୋଚିତ ହେବ। ଜି ୨୦ ଅଧ୍ୟକ୍ଷ ପଦ ଗ୍ରହଣ କରିବା ଭାରତ ପାଇଁ ଏକ ବଡ ସୁଯୋଗ ଯାହା ବିଶ୍ୱରେ ଭାରତର ବାର୍ତ୍ତାକୁ ପହଁଚାଇବାରେ ସହାୟକ ହେବ।