ବିକାଶର ବହୁ ଦୂରରେ ଗୋପାଳ ସାହି

0

( ମନିଲ କୁମାର ମହାରଣା) : ଜିଲ୍ଲା ଖଣିଜ ପାଣ୍ଠି ରେ କୋଟି କୋଟି ଟଙ୍କା ପଡିରହି ଥିଲେ ସୁଦ୍ଧା ତାଳଚେର ବ୍ଲକର ବିଭିନ୍ନ ପଂଚାୟତ ତଥା ଗ୍ରାମଗୁଡିକର ଏବେ ମଧ୍ୟ ବିକାଶ ହୋଇ ପାରୁନାହିଁ । ଏପରି ଏକ ଅନୁନ୍ନତ ଅଂଚଳର ଦୃଶ୍ୟ ଦେଖିବାକୁ ମଳିଛି ତାଳଚେର ବ୍ଲକ ଧରମପୁର ପଂଚାୟତ ଅନ୍ତର୍ଗତ ସ୍କଟଲାଣ୍ଡପୁର ଗ୍ରାମରେ । ଏହି ଗ୍ରାମର ଗୋପାଳସାହି ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ସୁଦ୍ଧା ଏଥିପ୍ରତି ପ୍ରଶାସନ କିମ୍ବା ଜନ ପ୍ରତିନିଧିଙ୍କର ଦୃଷ୍ଟି ପଡୁନାହିଁ ବୋଲି ଅଭିଯୋଗ ହୋଇଛି । ଗ୍ରାମର ରାସ୍ତା ବିପର୍ୟ୍ୟସ୍ତ ଅବସ୍ଥାରେ ପଡିରହିଥିବା ବେଳେ ଓଭର ହେଡ଼ ପାଣି ଟାଙ୍କିରୁ ପାନୀୟ ଜଳ ମଧ୍ୟ ଠିକ ଭାବେ ମିଳୁ ନାହିଁ ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି । କ୍ଲବ ଘର , ଅଙ୍ଗନବାଡି କେନ୍ଦ୍ର ଆଦି ଭାଙ୍ଗି ରୁଜି ଯାଇଥିବା ବେଳେ ଅନୁଦାନ ମିଳୁ ନଥିବାରୁ ମରାମତି କାର୍ୟ୍ୟ ହୋଇପାରୁନାହିଁ । ସେହିପରି ସ୍କୁଲର ପ୍ରାଚୀର ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜିଲ୍ଲା ଖଣିଜ ପାଣ୍ଠି କିମ୍ବା ସି.ଏସ.ଆର ଯୋଜନାରେ ଗ୍ରାମର ଉପଯୁକ୍ତ ବିକାଶ ନିମନ୍ତେ ସେମାନେ ଦାବି କରିଛନ୍ତି ।