ବାରମ୍ବାର ଅଭିଯୋଗ ସତ୍ୱେ ଶୁଣୁନି ପୌର କତୃପକ୍ଷ

0

( ମିନିଲ କୁମାର ମହାରଣା ) : ତାଳଚେର ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ଦେଉଳବେଡ଼ା ତେଲି ସାହିର ମୁଖ୍ୟ ରାସ୍ତା ଏବେ ପାଣି ଘେରରେ, ଫଳରେ ସ୍ଥାନୀୟ ବାସିନ୍ଦା ତଥା ସ୍କୁଲ ଛାତ୍ରଛାତ୍ରୀ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରାୟ ୫ ହଜାର ଲୋକ ଏହି ରାସ୍ତା ଉପରେ ପ୍ରତିଦିନ ନିର୍ଭର କରି ଆସୁଛନ୍ତି । ସେହିପରି ଏହି ରାସ୍ତାଟି ହାଣ୍ଡିଧୁଆ ମୁଖ୍ୟ ରାସ୍ତା ସହ ସଂଯୋଗ ରହିଛି । ତେବେ ଏଠାକାର ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ଯାଇଥିବାରୁ ଚାରିଆଡର ପାଣି କୁଆଡେ ଯାଇ ନପାରି ସେଠାରେ ଜମିରହୁଛି । ଏ ସମ୍ପର୍କରେ ତାଳଚେର ପୌର କର୍ତ୍ତୃପକ୍ଷଙ୍କୁ ବହୁବାର ଅବଗତ କରା ଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ତେବେ ଏପରି ସମସ୍ୟା ଦୀର୍ଘ ୧ବର୍ଷ ହେବ ଲାଗି ରହିଥିଲେ ସୁଦ୍ଧା ଡ୍ରେନ ନିର୍ମାଣ କରାଯାଉନି । ଏଵେ ବର୍ଷା ଦିନ ଲାଗି ରହିଥିବାରୁ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି ।ଯାହାଫଳରେ ଏହି ପାଣି ଜମିବା ସମସ୍ୟା ଯୋଗୁଁ ସେଠାରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବ ବହୁତ ଲୋକେ ନାନାଦି ପ୍ରକାର ରୋଗବ୍ୟାଧି ର ଶିକାର ହେଉଛନ୍ତି ।କିନ୍ତୁ ପୌରନିର୍ବାହୀ ଅଧିକାରୀ କିମ୍ବା ନଗରପାଳ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ।