ପାଟଣା: ବିଜେପି ୨୦୧୪ରୁ ସମସ୍ତ ବିରୋଧୀଙ୍କୁ ପଛରେ ପକାଇ ବର୍ତମାନ ପର୍ଯ୍ୟନ୍ତ କ୍ଷମତାରେ ରହିଛି । ତେବେ ୨୦୨୪ରେ କିଏ ବିଜେପିର ମଙ୍ଗ ଧରିବା ଏବେଠୁ ଦଳରେ ଚର୍ଚ୍ଚା ଆରମ୍ଭ ହେଲାଣି । ଦଳର ମୁକଜ୍ୟ ନରେନ୍ଦ୍ରମୋଦି ଲଗାତାର ଦୁଇଥର ପ୍ରଧାନମନ୍ତ୍ରୀ ରହିଆସୁଛନ୍ତି । ଗୋଟିଏ ପ୍ରକାର ଦେଖିବାକୁ ଗଲେ ଗେରୁଆ ଦଳ କ୍ଷମତାରେ ରହିଛି । ଆଲୋଚନା ଜୋରଦାର ହେବାପରେ ରବିବାର ଗୃହମନ୍ତ୍ରୀ ଅମିତଶାହା କହିଛନ୍ତି । ୨୦୨୪ରେ ନରେନ୍ଦ୍ର ମୋଦୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ।
ପାଟନାରେ ବିଜେପିର ଜାତୀୟ କାର୍ୟ୍ୟକାରିଣୀ କମିଟି ସମାରୋହକୁ ସମ୍ବୋଧିତ କରି ସେଠାରେ ଗୃହମନ୍ତ୍ରୀ ଅମିତ ଶାହା ୨୦୨୪ ମସିହାରେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି।ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁଙ୍କ ନିର୍ବାଚନ ସମ୍ପର୍କରେ ଅମିତ ଶାହା କହିଛନ୍ତି ଯେ ସମାଜର ସମସ୍ତ ବର୍ଗର ସ୍ୱାର୍ଥକୁ ପ୍ରତିନିଧିତ୍ୱ କରିବାକୁ ବିଜେପି ବିଶ୍ୱାସ କରେ।ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୩୦୦ ରୁ ଅଧିକ ଆସନ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ସେହିପରି ୨୦୨୪ରେ ଉଭୟ ଲୋକସଭା ନିର୍ବାଚନ ଓ ୨୦୨୫ରେ ବିଧାନସଭା ନିର୍ବାଚନ ଲଢ଼ିବେ ଓ ଏଥିରେ କୌଣସି ଦ୍ଵନ୍ଦ ନାହିଁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂ ।