ଖାଲିପଡିଥିବା ବିଭିନ୍ନ ପଦବୀ ପୁରଣ ହେବା ନେଇ ଚର୍ଚ୍ଚା

0

ଭୁବନେଶ୍ୱର:ରାଜ୍ୟରେବିଭିନ୍ନ ସରକାରୀ ପଦପଦବୀରେ ପୂର୍ବରୁ ଯେତେସବୁ ରାଜନୈତିକ ନିଯୁକ୍ତି ଦିଆଯାଇଥିଲା ସେସବୁ ମନ୍ତ୍ରିମଣ୍ଡଳର ପୁନର୍ଗଠନ ସମୟରେ ନାକଚ କରିଦିଆଯାଇଥିଲା । ସେବେଠାରୁ ସମସ୍ତ ନିଗମ, ଯୋଜନା ବୋର୍ଡ ଏବଂ କିଛି ପର୍ଯ୍ୟବେକ୍ଷକ ପଦବୀଗୁଡିକ ଖାଲି ପଡିଛି । ତେବେ ଅଗଷ୍ଟ ମାସ ମଧ୍ୟରେ ଏହି ରାଜନୈତିକ ନିଯୁକ୍ତି ମିଳିପାରେ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ମାନେ ଅନୁମାନ କରିଛନ୍ତି |ଗତପଞ୍ଚମ ପାଳି ତିନିବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କେବଳ ମନ୍ତ୍ରୀମାନେ ନୁହଁନ୍ତି ସମସ୍ତ ନିଗମ ଏବଂ ଯୋଜନା ବୋର୍ଡ ଅଧ୍ୟକ୍ଷ ମଧ୍ୟ ନିଜ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଏହାରି ଭିତରେ ରାଜ୍ୟ ବିଧାନସଭା ଅଧିବେଶନ ଶେଷ ହୋଇଛି | ତେବେ ଖାଲିପଡିଥିବା ପଦବୀରେ ନିଯୁକ୍ତି ହେବାନେଇ ଚର୍ଚ୍ଚା ଜୋରଧରିଛି | ଏହି ଖାଲିପଡିଥିବା ପଦବୀରେ ଯୁବପିଢ଼ି ଓ ଅଭିଜ୍ଞ ମାନନ୍କୁ ବିଜେଡି ଦାୟିତ୍ୱ ଦେବବୋଲି ସୂଚନା ମିଳିଛି |ଯେଉଁମାନଙ୍କୁ କୌଣସି ପଦବୀ ମିଳିନାହିଁ ସେମାନଙ୍କୁ କିଛି ଭଲ ପଦବୀରେ ଥଇଥାନ କରିବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି |

ଓଡ଼ିଶା ପବ୍ଲିକ୍‍ ସର୍ଭିସ କମିଶନ, ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ, ସବ୍‍-ଅର୍ଡିନେଟ୍‍ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ, ପୁଲିସ ରିକ୍ରୁଟ୍‍ମେଣ୍ଟ ବୋର୍ଡ ଆଦିଙ୍କୁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ସେହିପରି ନିଗମ ପାଇଁ: ଅନୁଭବ ପଟ୍ଟନାୟକ(ଖଣ୍ଡପଡା) , ସମ୍ବଲପୁରରୁ ସଞ୍ଜୀବ, ଖୋର୍ଦ୍ଧା ରୁ ବିଭୁତି ବଳବନ୍ତ ରାୟ / ରଘୁ ସାହୁଙ୍କ, ଦୁର୍ଗା ସାମନ୍ତରାୟ, ସୁବାଷ ପାତ୍ର, ସୌଭାଗ୍ୟ ନାୟକ, କୁନବିହାରୀ ଦାସ, ସୁବାସିସ ଖୁଣ୍ଟିଆ(ପୁରୀ), ସୁର ସେଠି, ମୟୁରଭଞ୍ଜର ଦେବାଶିଷ ମାରାଣ୍ଡି, ଏଲିନା/ଇପ୍ସିତାଙ୍କ ମଧ୍ୟରୁ ଜଣଙ୍କୁ,ରଞ୍ଜିତ ମହାପାତ୍ର(ଭୁବନେଶ୍ୱର), ସୋଫିଆ ଆଲାମ ନାଁଏବେ ଚର୍ଚ୍ଚା ହେଉଛି |

ସେହିପରି ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ୨୩୭୬ ଗ୍ରୁପ୍‍-ବି ଏବଂ ଗ୍ରୁପ୍‍-ସି ପଦବୀ ପାଇଁ ମଧ୍ୟ ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। ସମସ୍ତଙ୍କୁ ରାଜ୍ୟ କ୍ୟାଡର୍‍ରେ ନିଯୁକ୍ତ କରାଯିବ। ମୁଖ୍ୟତଃ କନିଷ୍ଠ ଯନ୍ତ୍ରୀ, ଷ୍ଟେନୋଗ୍ରାଫର, ଅବକାରୀ, ଏସ୍‍ଆଇ, ଡାଟା ଏଣ୍ଟ୍ରି ଅପରେଟର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଅଡିଟର, ଆରଆଇ, ଅମୀନ, ଫରେଷ୍ଟ ଗାର୍ଡ, ଅବକାରୀ କନେଷ୍ଟବଳ, ନର୍ସିଂ ଅଫିସର, ପ୍ରାଣୀଧନ ନିରୀକ୍ଷକମାନଙ୍କୁ ଚୟନ କରାଯିବ। ସେହିପରି ନୂତନ ଭାବେ ଯୋଗ ଦେଇଥିବା ଅନୁପ ସାୟଙ୍କୁ ପନ୍ୟାଗାର ନିଗମ ପାଡପି ଖାଲିପଡିଥିବା ବେଳେ ତାଙ୍କୁ ସେଇନିଯୁକ୍ତି ଦିଆଯିବ ନେଇ ଚର୍ଚ୍ଚା ଜୋରେ ଧରିଛି |

ସେହିପରି ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ/ ପ୍ରଦୀପ ମାଝୀ କିମ୍ବା ପୁନର୍ବାର ସଞ୍ଜୟ ଦାସବର୍ମାଙ୍କୁ ଦିଆଯିବ ନେଇ ଆଲୋଚନା ହେଉଛି |ବୈଠକରେ କୁହାଯାଇ ଥିଲା ଯେ କୋଭିଡ୍‍ ପରବର୍ତ୍ତୀ ସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ ପଦବୀ ନିମନ୍ତେ ଦରଖାସ୍ତ ଓ ପରୀକ୍ଷା ଫିସ୍‍ ଛାଡ଼ କରିଛନ୍ତି। ୨୦୨୧, ୨୦୨୨ ଓ ୨୦୨୩ ଏହି ୩ବର୍ଷ ପାଇଁ ସରକାରୀ ଚାକିରି ପ୍ରବେଶ ବୟସ ସୀମା ମଧ୍ୟ ୩୨ରୁ ୩୮ବର୍ଷକୁ ବୃଦ୍ଧି କରାଯାଇଛି।  ସେହିପରି ଆଗକୁ ସାଧାରଣ ନିର୍ବାଚନ ଗୋଟି ଆଗରେ ରଖି ଅନେକ ଅଭିଜ୍ଞ ଓ ଦକ୍ଷ ବ୍ୟକ୍ତିମାନଙ୍କୁ ଵିଭହୀନ ପଦପଦବୀରେ ନିଯୁକ୍ତି ଦିଆଯିବ |ଅପରପକ୍ଷେ ଦଳ ସହ ଜଡିତ ନଥିବା କେତେକ ବ୍ୟକ୍ତିଙ୍କୁ ମଧ୍ୟ ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବାକୁ ଆଲୋଚନା ହେଉଛି |