ୟୁକ୍ରେନ ସେନାରେ ଭାରତୀୟ ଯୁବକ

0

ତାମିଲନାଡୁ : ଋଷ ୟୁକ୍ରେନ ଯୁଦ୍ଧକୁ ପୁରିଲା ୧୩ ଦିନ । ଋଷ ଏବଂ ୟୁକ୍ରେନର ଗୁଳି ବିନିୟ ବେଳେ ଚାଲି ଯାଇଛି ଦୁଇ ଭାରତୀୟ ଛାତ୍ରଙ୍କ ଜୀବନ । କିନ୍ତୁ ଏହାରି ଭିତରେ ୟୁକ୍ରେନ ସେନାରେ ସାମିଲ ହୋଇଛନ୍ତି ଜଣେ ଭାରତୀୟ ୟୁବକ । ତାମିଲନାଡୁ କୋୟମବୋଟର ଜିଲ୍ଲାର ସୈନିକେସ୍ ରବିଚନ୍ଦ୍ରନ ସାମିଲ ହୋଇଛନ୍ତି ୟୁକ୍ରେନର ପାରା ମିଲିଟାରୀ ଫୋର୍ସରେ । ୨୧ ବର୍ଷିୟ ଏହି ଯୁବକ ୨୦୧୮ ରେ ୟୁକ୍ରେନ ଯାଇଥିଲେ ଶିକ୍ଷା ଗ୍ରହଣ କରିବାକୁ । ସେଠାରେ ସେ ଖାରକିଭରେ ଥିବା ନେସନାଲ ଏରୋସ୍ପେଶ ୟୁନିଭରସିଟିରେ ଶିକ୍ଷାପ୍ରାପ୍ତ କରିଥିଲେ । ପରେ ୨୦୨୨ ଜୁଲାୟୀରେ ସେଠାରେ ଶିକ୍ଷା ସମାପ୍ତ କରିଥିଲେ । କିନ୍ତୁ ଋଷିଆ ଏବଂ ୟୁକ୍ରେନର ଯୁଦ୍ଧ ଭିତରେ ସେ ଆଉ ଭାରତ ଫେରି ପାରିନଥିଲେ । ଏପଟେ ତାଙ୍କ ପରିବାର ଲୋକ ତାଙ୍କ ସହିତ ଯୋଗା ଯୋଗ କରିବାରେ ମଧ୍ୟ ସକ୍ଷମ ହୋଇ ପାରି ନଥିଲେ । ଏଥିରେ ପରିବାର ବ୍ୟଥିତ ହୋଇ ଭାରତ ସରକାରଙ୍କର ସାହାଯ୍ୟ ଲୋଡିଥିଲେ । ଭାରତୀୟ ଆମ୍ବାସୀ ସୈନିକେଶଙ୍କ ସହ ଯୋଗା ଯୋଗ କରିବାରେ ସଫଳ ହେଲେ । ପରେ ଜଣା ଗଲା ୨୧ ବର୍ଷିୟ ଏହି ଯୁବକ ଋଷ ବିପକ୍ଷରେ ଯୁଦ୍ଧ ଲଢିବା ଲାଗି ୟୁକ୍ରେନର ପାରାମିଲିଟାରୀ ସେନାରେ ଯୋଗ ଦେଇଛନ୍ତି । ଆହୁରି ମଧ୍ୟ ଜଣା ଯାଇଛି ସେ ପ୍ରଥମେ ଭାରତୀୟ ସେନାରେ ସାମିଲ ହେବାକୁ ଯାଇ ଅସଫଳ ହୋଇଥିଲେ ।