ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ

0

(ହିଞ୍ଜିଳିକାଟୁ / ରଜନୀକାନ୍ତ ପାତ୍ର): ଦିଗପହଣ୍ଡି ବ୍ଳକ ଅଧିନସ୍ଥ ଚଷାନିମଖଣ୍ଡି କ୍ଲଷ୍ଟରରେ ରହିଥିବା ମେଘଝୋଳି ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷ ଜୟରାମ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ, ବିଶ୍ରବା ପାଇକ, ରସାନନ୍ଦ ଘଡେଇ, ପ୍ରାକ୍ତନ ସିଆରସିସି ସୁଧାଂଶୁ ଶେଖର ପଣ୍ଡା, ନରସିଂହ ପଣ୍ଡା, ଚଷାନିମଖଣ୍ଡି କ୍ଲଷ୍ଟର ସିଆରସିସି ସନ୍ତୋଷ କୁମାର ବିଷୋୟୀ, ଶିକ୍ଷକ ସୁରେଷ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ରହିଥିବା ବେଳେ ଶିକ୍ଷକ ନରେନ୍ଦ୍ର ପାତ୍ର ମଞ୍ଚ ସଂଯୋଜନା କରିଥିଲେ । ଗତ ୪୦ ବର୍ଷ ଧରି ଶିକ୍ଷକତା କାର୍ୟ୍ୟରେ ମଗ୍ନ ରହିଥିବା ଶିକ୍ଷକ ରାଧାଶ୍ୟାମ ବେହେରା ଜମେ ଆଦର୍ଶ ଶିକ୍ଷକ ଭାବେ ନିଷ୍ଠାପର ସେବା ଯୋଗାଇ ଆସୁଥିବା ବେଳେ ୨୦୦୮ ମସିହାରେ ମେଘଝୋଳି ସ୍ଥିତ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ନିଯୁକ୍ତ ହୋଇ ଆସିଥିଲେ । ତାଙ୍କରି ଅବସରକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କୁ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା । ସମସ୍ତ କାର୍ୟ୍ୟକ୍ରମକୁ ଶିକ୍ଷକ ମନୋରଞ୍ଜନ ସେଠୀ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ନରେନ୍ଦ୍ର ପାତ୍ର,ନିରଞ୍ଜନ ବିଷୋୟୀ, ନକୁଳ ଜେନା ପ୍ରମୁଖଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ ।