ବ୍ୟୁରୋ : ରାହୁଲ ଗାନ୍ଧୀଙ୍କୁ ଭେଟିବା ପଡିଲା ମହଙ୍ଗା । ଚାଲିଗଲା ଶିକ୍ଷକଙ୍କ ଚାକିରି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବଡବାନୀ ଜିଲ୍ଲାର ପ୍ରାଥମିକ ଶାଲାକୁଗରୀ ବିଦ୍ୟାଳୟର ଶିକ୍ଷକଙ୍କ ସହ । ଶିକ୍ଷକ ଜଣକ ହେଲେ ରାଜେଶ କନୋଜ । ଗରିବ ଆଦିବାସୀଙ୍କୁ ସେମାନଙ୍କର ଅଧିକାରକୁ ଲଢିବା ଯୋଗୁ ଚାଲିଗଲା ଚାକିରି । ଜଳ, ଜଙ୍ଗଲ, ଜମି କମ୍ପାନୀ ହାତକୁ ଚାଲିଯାଉଛି । ଏହି ଘଟଣାକୁ ନେଇ ଶିକ୍ଷକ ଜଣକ ନଭେମ୍ବର ୨୪ ତାରିଖରେ ପଦଯାତ୍ରାରେ ଯାଇ ଗରିବଙ୍କ ଦୁଃଖ ଶଉଣାଇଥିଲେ କଂଗେସ ନେତାଙ୍କୁ । ଗରିବ ଆଦିବାସୀଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରାଯାଉଛି ଏକଥା ରାହୁଲ ଗାନ୍ଧୀଙ୍କୁ ଜଣାଇଥିଲେ । ତା ‘ ପରଦିନ ତାଙ୍କ ଚାକିରି ଚାଲିଯିବାର ଖବର ପାଇଥିଲେ ।
ଶିକ୍ଷାଧିକାରୀ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି ନିର୍ଦ୍ଦେଶନାମା ପଠାଇଥିଲେ । ସେଥିରେ ଲେଖାଯାଇଥିଲା ଯେ- ରାଜନୈତିକ ଦଳର ରାଲିରେ ସାମିଲ ହୋଇ ସେ ରାଜ୍ୟର ସିଭିଲ ସେବା ଆଚରଣ ବିଧିକୁ ଉଲଙ୍ଘନ କରିଛନ୍ତି । ଏହି କାରଣରୁ ତାଙ୍କୁ ତକ୍ରାଳ ନିଲମ୍ବନ କରାଯାଉଛି’ । ଏହି ଘଟଣା ଚାହୁଁଚାହୁଁ ଚାରିଆଡେ ବ୍ୟାପି ଯାଇଛି। ଆଉ ଏହାକୁ ନେଇ ରାଜନୀତି ବି ଉଷ୍ମ ହେବାରେ ଲାଗିଛି ।
କଂଗ୍ରେସ ବିଧାୟକ ଓ ମଧ୍ୟପ୍ରଦେଶ ପୂର୍ବ ଗୃହମନ୍ତ୍ରୀ ବିଜେପିକୁ ଟାର୍ଗେଟ କରିଛନ୍ତି । ପ୍ରକୃତରେ ରାହୁଲ ଗାନ୍ଧୀଙ୍କ ପଦଯାତ୍ରାରେ ବିଜେପି ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଭୟଭୀତ ହୋଇପଡିଛନ୍ତି । ତେଣୁ ରାହୁଲଙ୍କୁ ଯିଏ ଭେଟୁଛନ୍ତି ତା’ ଉପରେ ଆକ୍ରୋଶ ରଖୁଛନ୍ତି । ତେବେ ସମୟ ଆସିଲେ ଏହାର ହିସାବନିକାଶ ହେବ ବୋଲି ଉଭୟ କଂଗ୍ରେସ ନେତା କହିଛନ୍ତି । ଅନ୍ୟପଟେ ଶିକ୍ଷକଙ୍କ ବିରୋଧରେ ହୋଇଥିବା ଏପରି କାର୍ୟ୍ୟାନୁଷ୍ଠାନକୁ ନେଇ ସମ୍ପୃକ୍ତ ଶିକ୍ଷାଧିକାରୀ କିଛି କହିବାକୁ ମନା କରିଛନ୍ତି । ବର୍ତ୍ତମାନ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।