ମୋବାଇଲରେ ଘୁରି ବୁଲୁଛି ରସିଆ ସାରଙ୍କ କାର୍ଣ୍ଣାମା

0

ଭଦ୍ରକ: ଶିକ୍ଷକଙ୍କ ପ୍ରତି ସମସ୍ତଙ୍କ ମନ ଭିତରେ ଥାଏ ଅସୁମାରୀ ଭକ୍ତି ଆଉ ସମ୍ମାନ । କିନ୍ତୁ ଦୁନିଆରେ ଏମିତି ବି ଶିକ୍ଷକ ଅଛନ୍ତି ଯେଉଁ ମାନଙ୍କୁ ଶିକ୍ଷକ ନାଁରେ କଳଙ୍କ ଛଡା ଆଉ କିଛି କୁହାଯାଇ ପାରିବ ନାହିଁ । ସେହିଭଳି ଆଉ ଜଣେ ମହାତ୍ମା ହେଉଛନ୍ତି ଭଦ୍ରକ ଜିଲ୍ଲା ଚରମ୍ପା କୋଡବରୁଆଁ ୟୁଜିଏମଇ ସ୍କୁଲରେ କାଯ୍ୟରତ ଜଣେ ଶିକ୍ଷକ । ତାଙ୍କର ଚୋରା ପ୍ରେମ ଆଉ ଲୁଚି କି ନାହିଁ । ଦାଣ୍ଡରେ ପଡି ହାଟରେ ଗଡଗଡ ହେଲାଣି ରସିକିଆ ସାରଙ୍କର ସବୁ କାର୍ଣ୍ଣାମା । ଗୋଟିଏ ମୋବାଇଲରୁ ଆଉ ଗୋଟିଏ ମୋବାଇଲକୁ ଘୁରି ବୁଲୁଛି ରାସଲୀଳା । ଜଣେ ଜନୈକ ମହିଳାଙ୍କ ସହ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଏବେ ଖୁବ ଭାଇରାଲ । ସାବରଙ୍ଗ ଅଞ୍ଚଳରେ ରହୁଥିବା ଏହି ଶିକ୍ଷକଙ୍କ ପ୍ରାଇଭେଟ ଭିଡିଓ ସାରା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ଜଣେ ଶିକ୍ଷକଙ୍କର ଏପରି କାର୍ଯ୍ୟକଳାପ ସବୁ ମହଲରେ ନିନ୍ଦା କରାଯିବା ସହ ପଦରୁ ବହିଷ୍କାର ପାଇଁ ମଧ୍ୟ ଦାବି କରାଯାଉଛି । ତେବେ ଏଭଳି ଘଟଣା ଶିକ୍ଷକଙ୍କ ପାଇଁ କିଛି ନୂଆ କଥା ନୁହେଁ । ପୂର୍ବରୁ ଜଣେ ଛାତ୍ରୀଙ୍କୁ ଖରାପ ବ୍ୟବହାର କରିବା ସହ ଖରାପ ନଜର ପକାଇବାରୁ ସେ ଦଣ୍ଡିତ ହୋଇସାରିଛନ୍ତି ।