ଛାତ୍ରୀଙ୍କ ଆଗରେ ଶିକ୍ଷକଙ୍କର ଅଶ୍ଳୀଳ କାମ…

0

ନୂଆଦିଲ୍ଲୀ: ପିଲାମାନେ ତାଙ୍କ ପିତା, ମାତାଙ୍କ ପରେ ଯଦି କାହାକୁ ଦେବତାର ଆଖ୍ୟା ଦେଇଥାନ୍ତି, ତେବେ ସେ ହେଉଛନ୍ତି ଗୁରୁ ଅଥବା ଶିକ୍ଷକ । କିନ୍ତୁ ଆଜି କାଲି ଯୁଗରେ କିଛି ଶିକ୍ଷକଙ୍କର କଳାକାରନାମା ଯୋଗୁଁ ଶିକ୍ଷକଙ୍କ ଉପରେ ଭରଷା ଉଠିବାରେ ଲାଗିଛି । ଏହିପରି ଲଜ୍ୟାକର ଘଟଣା ସାମ୍ନାକୁ ଆସିଛି । ଘଟଣାଟି ନୂଆଦିଲ୍ଲୀ ନିକଟ ଦେଓଲୀ ଅଞ୍ଚଳର ଥାୱାଲା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ । ଏହି ବିଦ୍ୟାଳୟରେ ଜଣେ ଶିକ୍ଷକ ଛାତ୍ରୀଙ୍କ ସାମ୍ନାରେ ଅଶ୍ଲୀଳ କାମ କରୁଥିବାର ଧରାପଡିଛନ୍ତି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ସେଠାରେ କାର୍ଯ୍ୟରତ ଜଣେ ଶିକ୍ଷକ ଓ ମହିଳା ଶିକ୍ଷୟତ୍ରୀଙ୍କ ମଧ୍ୟରେ ଅନେକ ସମୟ ଧରି ଖରାପ କାମ ଯଥା ଅଶ୍ଳୀଳ କାମ ହେଉଥିବା ଯୋଗୁଁ ବିଦ୍ୟାର୍ଥୀଙ୍କୁ ଖରାପ ବାର୍ତ୍ତା ମିଳୁଥିଲା । ପିଲାମାନେ ବିଦ୍ୟାଳୟରେ ଘଟୁଥିବା ଏହି କାର୍ଯ୍ୟକଳାପକୁ ଦେଖି ନିଜ ଘରେ ମଧ୍ୟ ଜଣାଇଥିଲେ । ଏହି ଅଶ୍ଲୀଳ କାର୍ଯ୍ୟ କଳାପ ବିଷୟ ଜାଣିବା ପରେ ଗତକାଲି ସ୍କୁଲ ଗେଟରେ ତାଲା ପକାଇ ଦେଇଛନ୍ତି ଗ୍ରାମବାସୀ ।

ଶିକ୍ଷକଙ୍କର ଏପରି କାମକୁ ବିରୋଧ କରି ଗ୍ରାମବାସୀ ମାନେ ସ୍ଲୋଗାନ ମାଧ୍ୟମରେ ବିରୋଧ ପ୍ରଦର୍ଶନ କରିବା ସହିତ ପିଲାମାନଙ୍କୁ ଭୁଲ ବାର୍ତ୍ତା ଦେଉଥିବାରୁ ଏଭଳି ଶିକ୍ଷକଙ୍କୁ ବିଦ୍ୟାଳୟରୁ ବାହାର କରିଦେବା ଉଚିତ ବୋଲି ଦାବି ମଧ୍ୟ କରିଛନ୍ତି । ଅନ୍ୟପଟେ ଏହି ପ୍ରସଙ୍ଗରେ ପୁରୁଷ ଶିକ୍ଷକ ଜଣେ ମହିଳା ଶିକ୍ଷୟତ୍ରୀଙ୍କ ବେକକୁ ଧରିଥିବାର ଏକ ଫଟୋ ଭାଇରାଲ୍ ହେବାପରେ ଥାୱାଲାର ପ୍ରିନ୍ସିପାଲ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ମନାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।